ପୁରୀ (ଏଟିଆର ବ୍ୟୁରୋ): ରଥଯାତ୍ରା ଲାଗି ପ୍ରଥମ ପର୍ଯ୍ୟାୟ ରଥକାଠ ଆସି ପୁରୀ ବଡଦାଣ୍ଡରେ ପହଁଚିଛି । ନୟାଗଡା ଜିଲ୍ଲା ଦଶପଲ୍ଲା ବନଖଣ୍ଡରୁ ଏହି କାଠ ଆସିଥିବା ଜଣାପଡିଛି । ଦୁଇଟି ଟ୍ରକ୍ ଯୋଗେ ୫୩ ଖଣ୍ଡ ଅସନ ଏବଂ ଧଉରା କାଠ ଆସିଛି । ସେଥିମଧ୍ୟରୁ କିଛି କାଠ ୨୦ ଫୁଟ୍ ଲମ୍ବ ବିଶିଷ୍ଟ ହୋଇଥିବା ବେଳେ ଆଉ କିଛି କାଠ ୧୨ ଫୁଟ୍ ଲମ୍ବର ଥିବା ଜଣାପଡିଛି ।
ପାରମ୍ପାରିକ ଅନୁଯାୟୀ ପ୍ରତ୍ୟେକ ବର୍ଷ ରଥଯାତ୍ରା ପାଇଁ ଦଶପଲ୍ଲା ଜଙ୍ଗଲରୁ କାଠ ଅଣାଯାଇଥାଏ । ଠିକ୍ ସେହିଅନୁସାରେ ଚଳିତ ବର୍ଷ ମଧ୍ୟ ରଥଯାତ୍ରା ଲାଗି ଶ୍ରପଞ୍ଚମୀ ପୂର୍ବରୁ ରଥକାଠ ଆସି ପହଁଚିଛି ପୁରୀ ବଡ ଦାଣ୍ଡରେ । ଏହି ରଥକାଠକୁ ଶ୍ରୀନହର ସମ୍ମୁଖରେ ଥିବା ରଥଖଳାରେ ରଖା ଯାଇଛି । ଏହି କାଠକୁ ଶ୍ରୀପଞ୍ଚମୀ ଦିନ ଅନୁକୂଳ କରାଯିବ ।
ପାରମ୍ପରିକ ନୀତି ଅନୁଯାୟୀ ମାଘ ମାସରୁ ଆରମ୍ଭ ହୋଇଯାଇଥାଏ ରଥଯାତ୍ରା ନୀତି । ପ୍ରଥମେ ଜଙ୍ଗଲରୁ ଅଣାଯାଇଥାଏ ରଥକାଠ । ଏହାପରେ ଅକ୍ଷୟ ତୃତୀୟା ଦିନ ପୂଜା ଅର୍ଚ୍ଚନା ପରେ ରଥ କାଠ କଟା କାର୍ଯ୍ୟ ଆରମ୍ଭ ହୁଏ ।