କଟକ (ଏଟିଆର ବ୍ୟୁରୋ): ଆଠଗଡ ବଡମ୍ବା ସ୍ଥିତ ମା ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ପଶିଛି ବନ୍ୟାଜଳ । ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ମହାନଦୀ ପାଣି ପଶିଛି । ମହାନଦୀରେ ଜଳସ୍ତର ବୃଦ୍ଧି ହେବା ଦ୍ୱାରା ମନ୍ଦିର ଭିରତକୁ ବନ୍ୟା ଜଳ ପ୍ରବେଶ କରିଛି । ଏହାପରେ ମା ଭଟ୍ଟାରିକାଙ୍କୁ ପାହାଡ ଉପରକୁ ସ୍ଥାନାନ୍ତର କରାଯାଇଛି ।
ଗତକାଲି ରାତିରେ ପାଣି ପଶିଯିବା ଦ୍ୱାରା ମାଙ୍କୁ ଅସ୍ଥାୟୀ ପୂଜାସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ଅସ୍ଥାୟୀ ପୂଜା ସ୍ଥଳରେ ଆଜି ସକାଳୁ ମାଙ୍କ ମଙ୍ଗଳ ଆଳତି ମଇଲମ, ବଲଭ ଭୋଗ କରାଯାଇଛି ।