ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣଙ୍କ ପୂଜାର ବିଶେଷ ମହତ୍ୱ ରହିଛି । ଗତକାଲି ସାରା ଦେଶରେ ବେଶ ଆନନ୍ଦ ଉଲ୍ଲାସର ସହ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଛି । ଭଗବାନ କୃଷ୍ଣ ଏବଂ ତାଙ୍କ ସମ୍ବନ୍ଧିତ ବସ୍ତୁର ଉପାୟ କରିବା ଦ୍ୱାରା ଘରେ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ସେଥିମଧ୍ୟରୁ ଗୋଟେ ହେଉଛି ଭଗବାନ କୃଷ୍ଣଙ୍କ ବଇଁଶି । ଏହା କୃଷ୍ଣଙ୍କ ଅତି ପ୍ରିୟ । କୃଷ୍ଣଙ୍କର ଏହି ଉପାୟ ଅପଣାଇବା ଦ୍ୱାରା ରୁ ବାସ୍ତୁ ଦୋଷ ଦୂର ହୋଇଯିବ ।
ଯଦି ଆପଣଙ୍କ ଘରେ ମଧ୍ୟ ବାସ୍ତୁ ସମ୍ବନ୍ଧୀୟ କୌଣସି ଦୋଷ ରହିଛି ତେବେ କୃଷ୍ଣଙ୍କୁ ବଇଁଶି ଅର୍ପଣ କରନ୍ତୁ । ଏହାର ପରଦିନ ବଇଁଶିକୁ ଘରର ପୂର୍ବ କାନ୍ଥରେ ତେରଛା ଭାବେ ଲଗାଇ ଦିଅନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି କରିବା ଦ୍ୱାରା ଆପଣଙ୍କ ଘରର ସମସ୍ତ ବାସ୍ତୁ ଦୋଷ ଧୀରେ ଧୀରେ ସମାପ୍ତ ହେବ ।
ବାସ୍ତୁ ଅନୁଯାୟୀ ଯେଉଁଘରେ କାଠ ବଇଁଶି ପୂଜା କରାଯାଏ ସେଠାରେ ଭଗବାନ କୃଷ୍ଣ ନିବାସ କରିଥାନ୍ତି । ଏଭଳି ଘରେ ଦୁଃଖ, ଦରିଦ୍ରତା, ରୋଗଳ ଶୋକ ଆଦି ଦୂର ହୋଇଥାଏ ।
ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଚାନ୍ଦୀ ବଇଁଶି ରଖିବା ଦ୍ୱାରା କଦାପି ଧନ ଏବଂ ଐଶ୍ୱର୍ଯ୍ୟ ଅଭାବ ହୋଇନଥାଏ । କାରଣ ଚାନ୍ଦୀର ବଇଁଶି ହେଉଛି ସୁଖ ଏବଂ ସମୃଦ୍ଧିର ପ୍ରତୀକ ।
ଯଦି ଆପଣଙ୍କର ଠିକ୍ ଭାବେ ବ୍ୟବସାୟ ହେଉନଥିବ ତେବେ କୃଷ୍ଣଙ୍କ ନିକଟରେ ଦୁଇଟି ବଇଁଶି ପୂଜା କରି କାର୍ଯ୍ୟସ୍ଥଳରେ ଦୁଇଟି ଯାକ ବଇଁଶିକୁ ରଖି ଦିଅନ୍ତୁ । ଏଭଳି କରିବା ଦ୍ୱାରା କୃଷ୍ଣ ପ୍ରସନ୍ନ ହେବେ ଏବଂ ବ୍ୟବବସାୟରେ ଉନ୍ନତି ହେବ ।
ଘରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ କୃଷ୍ଣଙ୍କ ବଇଁଶି ଅର୍ପଣ କରି ସେହି ବଇଁଶିକୁ ଡ୍ରଇଙ୍ଗ ରୁମରେ ରଖି ଦିଅନ୍ତୁ । ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଯିବ ।