ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ସୋମବାର । ଆଜିର ଦିନକୁ ଭଗବାନ ଶିବଙ୍କୁ ସମର୍ପିତ କରାଯାଇଥାଏ । କୁହାଯାଏ କି ଏହି ଦିନ ଯେଉଁ ବ୍ୟକ୍ତି ଶିବଲିଙ୍ଗ ପୂଜା କରିଥାନ୍ତି ତାଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।ଏହାସହିତ ଅନେକ ଲୋକ ସୋମବାର ବ୍ରତ ରଖିଥାନ୍ତି । ସୋମବାର ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଦୁର୍ଧରା ଫୁଲ, ବେଲପତ୍ର ଏବଂ ଭାଙ୍ଗ ଚଢାଯାଇଥାଏ ।
ମାନ୍ୟତା ରହିଛି କି, ଯେକୌଣସି ବ୍ୟକ୍ତି ଶ୍ରଦ୍ଧା ମନରେ ଭଗବାନ ଶିବଙ୍କୁ ପୂଜିବା ଦ୍ୱାରା ଭୋଳାନାଥ ତାଙ୍କ ମନସ୍କାମନା ପୁରଣ କରିଥାନ୍ତି । ସେହିପରି ଯଦି କୌଣସି ଜାତକରେ ଚନ୍ଦ୍ର ଗ୍ରହ ଦୋଷ ରହିଛି ତେବେ ଆପଣ ଭଗବାନ ଶିବଙ୍କ ପୂଜା କରିପାରିବେ । କାରଣ ଏହା ଫଳଦାୟୀ ହୋଇଥାଏ । ସେହିପରି ଚନ୍ଦ୍ର ଗ୍ରହକୁ ଶାନ୍ତ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ଉପାୟରେ ରହିଛି । ଆଜି ଆମେ ଆପଣଙ୍କୁ ସେହି ଉପାୟ ବିଷୟରେ କହିବାକୁ ଯାଉଛୁ ।
– କୁହାଯାଏ ଚନ୍ଦ୍ର ଗ୍ରହ ଦୋଷ ଦୂର କରିବା ପାଇଁ ଧଳା ଜିନିଷ ସେବନ କରିବା ଉଚିତ୍ । ସୋମବାର ଦିନ ଖୀର, ଦହିରେ ନିର୍ମିତ ଖାଦ୍ୟ, ଭାତ, ଧଳା ରାଶି ସେବନ କରିବା ଦ୍ୱାରା ମନ ଶାନ୍ତି ରହିଥାଏ ।
– ଜ୍ୟୋତିଷଶାସ୍ତ୍ର ଅନୁସାରେ ସୋମବାରଦିନ ଜଳ, ଧଳା ରାଶି ଏବଂ ୧୧ ଟି ବେଲପତ୍ର ମିଶାଇ ଶିବଙ୍କୁ ଅଭିଶେଖ କରିବା ଉଚିତ୍ । ବିଶ୍ୱାସ ରହିଛି କି ଭଗବାନ ଶିବଙ୍କୁ ଏଭଳି ପୂଜିବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
– ଶାସ୍ତ୍ର ଅନୁସାରେ ସୋମବାର ଦିନ ଖୀର ଦହି, ଧଳା କପଡା, ଚିନି ଆଦି ଦାନ କରିବା ଶୁଭ ହୋଇଥାଏ । ଏହାସହିତ ଏହିଦିନ ଖୀରି ତିଆରି କରି ଗରିବଙ୍କୁ ବାଣ୍ଟିବା ଦ୍ୱାରା ଘରକୁ ସୁଖ-ସମୃଦ୍ଧି ଆସିଥାଏ ।
– କୁହାଯାଏ କି ସୋମବାର ଦିନ ମାଛକୁ ଅଟା ଗୁଳା ଖାଇବାକୁ ଦେବା ଦ୍ୱାରା ଚନ୍ଦ୍ର ଗ୍ରହ ଶାନ୍ତ ରହିଥାଏ । ଏହାବ୍ୟତିତ ଘରକୁ ଧନ, ଯଶ ଏବଂ ବୈଭବ ଆସିଥାଏ ।