ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ହେଉଛି ଶୁକ୍ରବାର । ଆଜିର ଦିନକୁ ମା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଥାଏ । ମାନ୍ୟତା ରହିଛି କି ମା ଲକ୍ଷ୍ମୀଙ୍କ ଜନ୍ମ ସମୁଦ୍ରରୁ ହୋଇଥିଲା ଏବଂ ତାଙ୍କ ପୂଜାରେ ଧନ ଓ ବୈଭବ ପ୍ରାପ୍ତି ହୋଇଥାଏ । କୁହାଯାଏ କି ଯଦି କୌଣସି ଘରେ ଲକ୍ଷ୍ମୀ ଅସନ୍ତୋଷ ହୋଇଥାନ୍ତି ସେଠି ସମସ୍ୟା ଉପୁଜିଥାଏ । ଅନ୍ୟପଟେ ଜ୍ୟୋତିଷଶାସ୍ତ୍ରରେ ଲକ୍ଷ୍ମୀଙ୍କ ସମ୍ବନ୍ଧ ଶୁକ୍ର ଗ୍ରହ ସହ କରାଯାଇଛି । ସେଥିପାଇଁ ଶୁକ୍ରବାର କିଛି ଉପାୟ କରି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ ।
– ଯଦି ଆପଣଙ୍କ ବ୍ୟବସାୟରେ କ୍ଷତି ହେଉଥାଏ ତେବେ ଶୁକ୍ରବାର ଦିନ ଆପଣ ଆପଣଙ୍କ କାର୍ଯ୍ୟ ସ୍ଥଳରେ ମା ଲକ୍ଷ୍ମୀ, ଗଣେଶ ଓ ବିଷ୍ଣୁଙ୍କୁ ସ୍ଥାପନା କରନ୍ତୁ । କିନ୍ତୁ ଧ୍ୟାନ ରଖିଥିବେ କି ଲକ୍ଷ୍ମୀଙ୍କ ଡାହାଣ ପଟେ ବିଷ୍ଣୁ ଏବଂ ବାମ ପଟେ ଗଣେଶଙ୍କୁ ସ୍ଥାପନା କରିବେ ।
– ବ୍ୟବସାୟରେ ଲାଭ ପାଇଁ କାର୍ଯ୍ୟସ୍ଥଳରେ ସ୍ଥାପନା କରାଯାଇଥିବା ଲକ୍ଷ୍ମୀ, ଗଣେଶ, ବିଷ୍ଣୁଙ୍କ ନିକଟରେ ଗୁଲାପ ଫୁଲ ଚଢାନ୍ତୁ ଏବଂ ଘିଅ ଦୀପ ଜଳାନ୍ତୁ ।
– ଚାକିରୀ କ୍ଷେତ୍ରରେ ସଫଳତା ପାଇଁ ଶୁକ୍ରବାର ଦିନ ପୂଜା ସ୍ଥଳରେ ପଦ୍ମଫୁଲ ଉପରେ ବସିଥିବା ମା ଲକ୍ଷ୍ମୀଙ୍କ ଫଟୋ ସ୍ଥାପନା କରନ୍ତୁ । ଏହାପରେ ସନ୍ଧ୍ୟାରେ ଘିଅ ଦୀପ ଜଳାନ୍ତୁ । ପୁଣି ମାଲକ୍ଷ୍ମୀଙ୍କୁ ଶଙ୍ଖ, କଉଡି, ପଦ୍ମଫୁଲ, ଇତର ଆଦି ଅର୍ପଣ କରନ୍ତୁ ।
– ଶୁକ୍ରବାର ଦିନ ଘରର ମୁଖ୍ୟ ଦ୍ୱାରରେ ରଙ୍ଗୋଲି କରନ୍ତୁ ଗଙ୍ଗା ଜଳ ଛିଞ୍ଚନ୍ତୁ । ଏଭଳି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବେ ନାହିଁ । ଏହାସହିତ ପରିବାରରେ ସୁଖ ସମୃଦ୍ଧି ବଳବ ତର ହୋଇ ରହିବ ।
– ଯଦି ଆପଣଙ୍କର ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ଶୁକ୍ଳ ପକ୍ଷର ପ୍ରଥମ ଶୁକ୍ରବାର କେସର ତିଲକ ମଥାରେ ଲଗାନ୍ତୁ । ଏହାଦ୍ୱାରା ସମସ୍ୟା ଦୂର ହେବ ।