ଭୁବନେଶ୍ୱର (ଏଟିଆର ବ୍ୟୁରୋ): କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କୁ ଆରାଧନା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଖାସ୍ କରି ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଦୁଇଟି ବିଶେଷ ଦିନ ଆସିଥାଏ । ପ୍ରଥମଟି ହେଉଛି ଦେବ ଉଠନୀ ଏକାଦଶି ଏବଂ ଦ୍ୱିତୀୟଟି ହେଉଛି ବୈକୁଣ୍ଠ ଚର୍ତୁଦଶୀ । ପୂର୍ବରୁ ଦେବ ଉଠନୀ ଏକାଦଶୀ ଶେଷ ହୋଇ ଯାଇଥିବା ବେଳେ ଆଜି ହେଉଛି ବୈକୁଣ୍ଠ ଚର୍ତୁଦଶୀ । କୁହାଯାଏ କି ଏହି ଦିନ ଭଗବାନ ଶିବ ଏବଂ ବିଷ୍ଣୁଙ୍କ ବିଶେଷ କୃପା ଲାଭ କରିବା ଦ୍ୱାରା ବୈକୁଣ୍ଠ ଧାମ ପ୍ରାପ୍ତି କରାଯାଇପାରେ ।
ଆହୁରି ମଧ୍ୟ କୁହାଯାଏ କି ଏହି ଦିନ ଭଗବାନ ଶିବଙ୍କୁ ଏକ ହଜାର ପଦ୍ମ ଫୁଲ ଅର୍ପଣ କରିବା ଦ୍ୱାରା ଭୋଳାନାଥ ପ୍ରସନ୍ନ ହୋଇ ମନସ୍କାମନା ପୁରଣ କରିଥାନ୍ତି । ଏବଂ ଜୀବନରେ ଖୁସୀ ଆସିଥାଏ । କିନ୍ତୁ ଭଗବାନ ଶଙ୍କରଙ୍କୁ ଏକ ହଜାର ଫୁଲ ଅର୍ପଣ କରିବା ପଛରେ କଣ ରହିଛି ପୌରାଣିକ କାରଣ । ଏହି ଦିନ କାହିଁକି ତାଙ୍କୁ ପଦ୍ମ ଫୁଲ ଅର୍ପଣ କରାଯାଏ । ତାହା ଫୁଣି ଏତେ ମାତ୍ରାରେ । ତେବେ ଆସନ୍ତୁ ଜାଣିବା ଏହା ପଛର କାହାଣୀ ।
ଆପଣମାସେ ଜାଣିଥିବେ କି ଭାଗବାନ ବିଷ୍ଣୁ ଚାରି ମାସ ପାଇଁ ଯେତେବେଳେ ନିଦ୍ରାରେ ଯାଇଥାନ୍ତି , ସେହି ସମୟରେ ସସସ୍ତ ସୃଷ୍ଟିର କାର୍ଯ୍ୟଭାର ସେ ଭଗବାନ ଶିବଙ୍କୁ ହସ୍ତାନ୍ତର କରି ଯାଇଥାନ୍ତି । କିନ୍ତୁ ଦେବ ଉଠନୀ ଏକାଦଶୀ ଦିନ ଭଗବାନ ନାରାୟଣ ଚାରି ମାସ ପରେ ନଦ୍ରାରୁ ଉଠିଥାନ୍ତି ସେତେବେଳେ ସେ ପୁର୍ନବାର ସୃଷ୍ଟିର କାର୍ଯ୍ୟଭାର ନିଜ ହାତକୁ ନେଇଥାନ୍ତି ।
ପୁରାଣରେ ବର୍ଣ୍ଣିତ ଅଛି କି, ବୈକୁଷ୍ଠ ଚର୍ତୁଦଶୀରେ ଭଗବାନ ଶିବଙ୍କୁ ଭେଟିବା ପାଇଁ କାଶୀ ଯାଇଥାନ୍ତି ଭଗବାନ ବିଷ୍ଣୁ । ସେଥିପାଇଁ ଏହି ଦିନଟି ଖୁବ୍ ଶୁଭ ହୋଇଥାଏ ।
ଏହାସହିତ ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁ ଚାରି ମାସ କାଳ ବିଶ୍ରାମ କରି ଉଠିବା ପରେ ଭଗବାନ ଶଙ୍କରଙ୍କୁ ଭେଟିବା ପାଇଁ କାଶୀରେ ପହଁଚିଥିଲେ । ସେତେବେଳେ ସେ ମଣିକର୍ଣ୍ଣିକା ଘାଟ ରେ ସ୍ନାନ କରିବା ପରେ ଏକ ହଜାର ପଦ୍ମ ଫୁଲରେ ଭଗବାନ ଶିବଙ୍କ ପୂଜାର ସଂକଳ୍ପ ନେଇଥିଲେ । ସେହିସମୟରେ ଭଗବାନ ଶିବ ନାରାୟଣଙ୍କ ପରୀକ୍ଷା ନେବେ ବୋଲି ଠାଣି ନେଇଥିଲେ । ଏହାପରେ ସେ ଏକ ପଦ୍ମ ଫୁଲ ଗାୟବ କରିଦେଇଥିଲେ । ଏହାପରେ ଭଗବାନ ବିଷ୍ଣୁ ଚିନ୍ତାରେ ପଡିଗଲେ କି କିଭଳି ଏହି ଦ୍ୱିବିଧାରୁ ବାହାରକୁ ବାହାରିବି ଏବଂ ସଂକଳ୍ପ ପୁରା ହେବ ।
ସେହି ସମୟରେ ଭଗବାନ ବିଷ୍ଣୁ ଭାବିଲେ କି ଚକ୍ଷୁ ବି ତ ପଦ୍ମ ସମାନର । ଏହାକୁ ବି ଶିବଙ୍କୁ ଅର୍ପଣ କରିହେବ । ସେଥିପାଇଁ ସେ ତାଙ୍କୁ ଚକ୍ଷୁ ଅର୍ପଣ କରିବାକୁ ବାହାରିବା ବେଳେ ଭଗବାନ ଶିବ ପ୍ରକଟ ହୋଇଥିଲେ । ଏବଂ ତାଙ୍କୁ ଏଭଳି କରିବାକୁ ରୋକି ଦେଇଥିଲେ । ଏହାପରେ ଭଗବାନ ଶିବ ମାନିଥିଲେ କି ବିଷ୍ଣୁଙ୍କଠାରୁ ବଡ ଭକ୍ତ ଆଉ କେହି ନାହାନ୍ତି । ସେଥିପାଇଁ ହର ଏବଂ ହରି ଙ୍କ ଭେଟର ଏହି ଚର୍ତୁଦଶୀକୁ ବୈକୁଣ୍ଠ ଚର୍ତୁଦଶୀ ବୋଲି କୁହାଯାଇଥାଏ ।