ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶୁକ୍ରବାର ମା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି । ଏହିଦିନ ମାଙ୍କୁ ପ୍ରସନ୍ନ ରଖିବା ଏବଂ ତାଙ୍କ କୃପା ପାଇଁ ଭକ୍ତ ବ୍ରତ ରଖିଥାନ୍ତି । ଏହିଦିନ ବିଧିବିଧାନ ସହିତ ମାଙ୍କ ପୂଜା କରାଯାଇଥାଏ । ଧନ ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ । ଯାହାଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ ତାଙ୍କ ଜୀବନରେ କଦାପି ଧନର ଅଭାବ ହୋଇନଥାଏ । ସେହିପରି ଶୁକ୍ରବାର କୁ ଶୁକ୍ରଦେବଙ୍କ ଦିନ ବୋଲି ମଧ୍ୟ କୁହାଯାଏ । ସୁଖ-ସୌନ୍ଦର୍ଯ୍ୟ ଏବଂ ରୋମାନ୍ସର କାରକ ହେଉଛନ୍ତି ଶୁକ୍ରଦେବ । ଶୁକ୍ରଦେବଙ୍କ କୃପାରେ ଜୀବନରେ କୌଣସି ପ୍ରକାରର ଅଭାବ ହୁଏ ନାହିଁ ।
– ମା ଲକ୍ଷ୍ମୀ ଏବଂ ଶୁକ୍ରଗ୍ରହଙ୍କ କୃପା ପ୍ରାପ୍ତ ପାଇଁ ଶୁକ୍ରବାର ବ୍ରତ ରଖିବା ଜରୁରୀ । ଏହିଦିନ ଶୁକ୍ରଦେବଙ୍କ ମନ୍ତ୍ର ‘ଓଁ ଶୁଂ ଶୁକ୍ରାୟ ନମଃ’ ବା ‘ଓଁ ହିମକୁନ୍ଦମୃଣାଳାଭଂ ଦୈତ୍ୟାନାଂ ପରମଂ ଗୁରୁମ ସର୍ବଶସ୍ତ୍ରପ୍ରବକ୍ତାର ଭାର୍ଗବଂ ପ୍ରଣମାମ୍ୟହଂ’ ମନ୍ତ୍ରକୁ ୧୦୮ ଥର ଜପିବା ଉଚିତ୍ । ଏହାଦ୍ୱାରା ଘରକୁ ସୁଖ-ସମୃଦ୍ଧି ଆସିଥାଏ ।
– ମା ଲକ୍ଷ୍ମୀ ଏବଂ ଶୁକ୍ରଦେବ କଦାପି ଅଳିଆ ଅପରିସ୍କାର ଘରେ ବାସ କରନ୍ତି ନାହିଁ । ସେଥିପାଇଁ ଘରକୁ ସର୍ବଦା ସଫା ସୁତୁରା କରି ରଖିବା ଉଚିତ୍ ।
– ଶୁକ୍ରବାର ଧଳା ରଙ୍ଗ ସହ ସମ୍ବନ୍ଧିତ ସେଥିପାଇଁ ଏହି ଧିନ ଧଳା ରଙ୍ଗ କପଡା ଜିନିଷ ଆଦି ବ୍ୟବହାର କରିବା ଉଚିତ୍ ।
– ଶୁକ୍ରବାର ଦିନ ଶୁକ୍ର ସମ୍ବନ୍ଧୀୟ ଧଳା ଜିନିଷ ଯେପରିକି ଚାଉଳ, ଖୀର, ଦହି , ଅଟା ଏବଂ ମିଶିରି ଆଦି ଦାନ କରିବା ଉଚିତ୍ ।
– କୁହାଯାଏ କି ଭଗବାନ ବିଷ୍ଣୁଙ୍କ ବିନା ମା ଲକ୍ଷ୍ମୀଙ୍କ ପୂଜା ଅଧୁରା । ସେଥିପାଇଁ ଶୁକ୍ରବାର ଦିନ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ଏକାଠି ପୂଜା କରିବା ଉଚିତ୍ । ଏହାଦ୍ୱାରା ଧନ-ଧାନ୍ୟ ଏବଂ ବୈବଭ ପ୍ରାପ୍ତ ହୋଇଥାଏ ।