ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶୁକ୍ରବାର ମା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି । ମାନ୍ୟତା ରହିଛି କି ଯେଉଁଘରେ ମା ଲକ୍ଷ୍ମୀ ବିରାଜମାନ ହୁଅନ୍ତି ସେଠାରେ ଦରିଦ୍ରତା ରୁହେ ନାହିଁ । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ରହିଛି । ସେହିପରି ଯଦି ଶୁକ୍ରବାର ମା ଲକ୍ଷ୍ମୀଙ୍କ ଶ୍ରୀ ସୁକ୍ତ ପାଠ କରିବେ ତେବେ ସମସ୍ତ ଦୁର୍ଭାଗ୍ୟ ଦୂରେଇ ରହିବ ।
– ଧନ ଦେବୀ ମା ଲକ୍ଷ୍ମୀଙ୍କ ଶୀଘ୍ର କୃପା ଲାଭ ପାଇଁ ଶ୍ରୀ ସୁକ୍ତ ପାଠ କରିବା ଲାଭଦାୟକ ହୋଇଥାଏ । ଶୁକ୍ରବାର ବ୍ୟତିତ ଏହାକୁ ନିୟମିତ ମଧ୍ୟ ପାଠ କରିପାରିବେ । ଆର୍ଥିକ ଅଭାବରୁ ମୁକ୍ତି ପାଇବା ପାଇଁ ଏହା ପ୍ରଭାବକାରୀ ହୋଇଥାଏ ।
– ଶ୍ରୀ ସୁକ୍ତ ପାଠ କରିବା ଦ୍ୱାରା ଆରୋଗ୍ୟ ବରଦାନ ପ୍ରାପ୍ତ ହୋଇଥାଏ ।
– ଶ୍ରୀ ସୁକ୍ତ ପାଠ କରିବା ଦ୍ୱାରା ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଏ ।
– ଶୁକ୍ରବାର ସ୍ନାନ ସାରି ସଫା ବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କ ସାମ୍ନାରେ ଶ୍ରୀ ସୁକ୍ତ ପାଠ କରିବା ଶୁଭ ହୋଇଥାଏ ।
– ମା ଲକ୍ଷ୍ମୀଙ୍କ ଷୋଡଶଉପଚାର ପୂଜା କରି ଘିଅ ଦୀପ ଲଗାଇବା ପରେ ଶ୍ରୀ ସୁକ୍ତ ପାଠ କରନ୍ତୁ ।
– ଏହାକୁ ପାଠ କରିବା ସମୟରେ ଭୁଲ ଉଚ୍ଚାରଣ କରନ୍ତୁ ନାହିଁ ।