ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୁକ୍ରବାରଠୁ ଆରମ୍ଭ ହୋଇଛି ନୂଆବର୍ଷ । ଏହା ଶୁକ୍ରଦେବଙ୍କ ଦିନ ।ଭୌତିକ ସୁଖ, ସମ୍ପନ୍ନତାର କାରକ ହେଉଛନ୍ତି ଶୁକ୍ରଦେବ । ଜ୍ୟୋତିଷଶାସ୍ତ୍ରରେ ମାନ୍ୟତା ରହିଛି କି, ଶୁକ୍ରବାର ଦିନ ଶୁକ୍ର ଗ୍ରହ ସହ ଜଡିତ କିଛି ବିଶେଷ ଉପାୟ କରିବା ଦ୍ୱାରା ଜୀବନରେ ଭୌତିକି ସମ୍ପନ୍ନତା ବଳବତ୍ତର ରହିଥାଏ । ଏହାସହିତ ଏହି ଉପାୟ କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ ।
ଶୁକ୍ରଗହର ଶୁଭତା ପ୍ରାପ୍ତି ପାଇଁ ଶୁକ୍ରବାର ବ୍ରତ ରଖନ୍ତୁ ଏବଂ ଶୁକ୍ର ସମ୍ବନ୍ଧୀୟ ଜିନିଷ ଦାନ କରନ୍ତୁ । ଏହାସହିତ ଶୁକ୍ରଦେବଙ୍କ ଓଁ ଶୁଂ ଶୁକ୍ରାୟ ନମଃ ମନ୍ତ୍ର ଜପନ୍ତୁ ।
ସେହିପରି ନିଜକୁ ଏବଂ ନିଜ ଘରକୁ ସଫାସୁତୁରା ନରଖିବା ଦ୍ୱାରା ଶୁକ୍ର ଗ୍ରହଙ୍କ ଖରାପ ପ୍ରଭାବ ପଡିଥାଏ । ସେଥିପାଇଁ ଶୁକ୍ରଙ୍କୁ ପ୍ରସନ୍ନ କରିବା ଦ୍ୱାରା ପାଇଁ ନିଜକୁ ଏବଂ ନିଜ ଘରକୁ ସଫା ସୁତୁରା କରି ରଖନ୍ତୁ । ଏହାସହିତ ସର୍ବଦା ସଫା କପଡା ଧାରଣ କରନ୍ତୁ ।
ଧଳା ରଙ୍ଗର ସ୍ୱାମୀ ହେଉଛନ୍ତି ଶୁକ୍ର ଗ୍ରହ । ସେଥିପାଇଁ ଶୁକ୍ରବାର ଦିନ ଶୁକ୍ରଙ୍କ ପସନ୍ଦର ଧଳା ରଙ୍ଗର ବସ୍ତୁ ପ୍ରୟୋଗ କରନ୍ତୁ । ଖାସ୍ କରି ଏହି ଦିନ ଧଳାରଙ୍ଗର ବସ୍ତ୍ର ପିନ୍ଧିବାକୁ ଚେଷ୍ଟା କରନ୍ତୁ ।
ଶୁକ୍ରବାର ଦିନ ଧଳା ଜିନିଷ ଯେପରିକି ଖୀର, ଦହି, ଚାଉଳ, ଚିନି, ଅଟା, ଘିଅ, ମିଶିରି, ଧଳା କପଡା, ଆଦି ଦାନ କରିବା ଦ୍ୱାରା ଶୁଭ ହୋଇଥାଏ । ଶୁକ୍ରଙ୍କ ଶୁଭତା ପାଇଁ ପିମ୍ପୁଡି ଚିନି ଖାଇବାକୁ ଦିଅନ୍ତୁ ।
ସେହିପରି ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ସେଥିପାଇଁ ଏହିଦିନ ମା ଲକ୍ଷ୍ମୀଙ୍କୁ ପୂଜନ୍ତୁ । ଧାର୍ମିକ ମାନ୍ୟତା ଅନୁସାରେ ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କୁ ବି ପୂଜିବା ଉଚିତ୍ ।