ପୁରୀ (ଏଟିଆର ବ୍ୟୁରୋ):୧୦୮ ଗରା ସୁବାଷିତ ଜଳରେ ସ୍ନାନ କରି ଜ୍ୱରରେ ପୀଡିତ ଶ୍ରୀଜିଉ । ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ଅସୁସ୍ଥତାର ଉପଚାର ପାଇଁ ଦଇତାପତି ସେବାୟତମାନେ ଲାଗି ପଡିଛନ୍ତି । ଏବେ ଧୀରେ ଧୀରେ ଅସୁସ୍ଥତାରୁ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଏହି ଗୁପ୍ତ ସେବାରେ ଆଜି ଶ୍ରୀଜିଉଙ୍କ ଫୁଲୁରୀ ସେବା ନୀତି । ବଡ ଓଡିଆ ମଠ ପକ୍ଷରୁ ଆସିଥିବା ଫୁଲୁରୀ ତେଲ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ ।
ବର୍ଷକ ତଳୁ ଘଣା ପେଡ଼ା ରାଶି ତେଲରେ ବିଭିନ୍ନ ପ୍ରକାର ସୁବାସିତ ଫୁଲ, କର୍ପୁର, ଔଷଧୀୟ ଚେରମୂଳ ଓ ସୁବାସିତ ଦ୍ରବ୍ୟ ପଡ଼ି ଏହାକୁ ମାଟି ତଳେ ପୋତାଯାଇ ପ୍ରସ୍ତୁତ କରାଯାଇଥାଏ ।