ପୁରୀ (ଏଟିଆର ବ୍ୟୁରୋ): ଆଜି ପବତ୍ର ରଥଯାତ୍ରା । ସିଂହଦ୍ୱାରରେ ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂରତି । ମହାପ୍ରଭୁଙ୍କ ରଥ ଉପରେ ଚାଲିଛି ଛେରା ପହଁରା ନୀତି । ଛେରାପହଁରା କରିବା ଲାଗି ଶ୍ରୀନଅରରୁ ତାମଯାନରେ ବସି ରଥରେ ପହଁଚି ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିଛନ୍ତି ମହାରାଜା । ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା କରୁଛନ୍ତି ଏବଂ ଶେଷରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଛେରାପହଁରା କରିବେ ।
ମହାପ୍ରଭୁଙ୍କ ଆଦ୍ୟ ସେବକ ହେଉଛନ୍ତି ଗଜପତି ମହାରାଜ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ତାପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବଂ ଶେଷରେ ମା ଶୁଭଦ୍ରାଙ୍କ ଦର୍ପଦଳନ ରଥରେ ଗଜପତି ମହାରାଜା ଛେରାପହଁରା କରିବାର ବିଧି ରହିଛି ।