ପୁରୀ (ଏଟିଆର ବ୍ୟୁରୋ): ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଗଜଉଦ୍ଧାରଣ ବେଶ । ଏହି ସ୍ୱତନ୍ତ୍ର ବେଶରେ ସଜେଇ ହେବେ ଶ୍ରୀଜିଉ । ଏହି ବେଶରେ ବଡ ଠାକୁର ବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ, ମୂଷଳ ଧାରଣ କରି ବାସୁଦେବଙ୍କ ରୂପେ ବିରାଜମାନ କରିବାକୁ ଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଚତୁଃହସ୍ତରେ ଶଙ୍ଖ, ଚକ୍ର, ଗଦା ପଦ୍ମ ଧାରଣ କରି ଗରୁଡ ଉପରେ ବିରାଜମାନ କରିବା ଭଳି ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ ।
ସେହିପରି ହଳଦୀ ମୁଖୀ ମା ଶୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦ ଏକ ପଦ୍ମ କଢ ଧରି ବିରାଜମାନ କରିବେ । ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ଏହି ବେଶ । ଭକ୍ତମାନେ ଆଜି ଶ୍ରୀଜିଉଙ୍କ ଏହି ସ୍ୱତନ୍ତ୍ର ବେଶ ଦର୍ଶନ କରିପାରିବେ ।