ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଏ । ଏଥିରେ ପ୍ରଥମ ଆରାଧ୍ୟ ଦେବତା ଗଜାନନଙ୍କୁ ପୂଜା କରାଯାଇଥାଏ । ଚଳିତବର୍ଷ ୧୦ ସେପ୍ଟମ୍ବର ୨୦୨୧ ରେ ପଡୁଛି ଗଣେଶ ପୂଜା ।
ସାରା ଦେଶରେ ୧୦ ଦିନ ଯାକ ଗଣେଶ ଉତ୍ସବ ପାଳନ କରାଯାଇଥାଏ । ଏହି ଦଶ ଦିନରେ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ମନପସନ୍ଦର ୧୦ଟି ଭୋଗ ଲାଗି କରାଯାଇଥାଏ । ମାନ୍ୟତା ରହିଛି କି ଗଣେଶ ଭଗବାନଙ୍କ କୃପାରୁ ରିଦ୍ଧି-ସିଦ୍ଧି ଏବଂ ସୁଖ-ଶାନ୍ତି ପ୍ରାପ୍ତି ହୋଇଥାଏ ।