ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ବୁଧବାରକୁ ଗଣେଶ ଭଗବାନଙ୍କୁ ସମର୍ପିତ କରାଯାଇଛି । ଏହିଦିନ ଗଣେଶଙ୍କୁ ପୂଜିବାର ବିଧି ରହିଛି । ଗଣେଶ ଭଗବାନଙ୍କୁ ଅଗ୍ରପୂଜ୍ୟ ଏବଂ ବିଘ୍ନନାଶକ ବୋଲି କୁହାଯାଏ । କୁହାଯାଏ କି ବୁଧବାର ବ୍ରତ ରଖି ଗଣେଶ ଭଗବାନଙ୍କୁ ବିଧି ପୂର୍ବକ ପୂଜାର୍ଚ୍ଚନା କରିବା ଦ୍ୱାରା ଖୁବ୍ ଶୀଘ୍ର ଗଣେଶ ପ୍ରସନ୍ନ ହୋଇ ଭକ୍ତଙ୍କ ଉପରେ ତାଙ୍କ କୃପା ବର୍ଷା କରିଥାନ୍ତି ।
ବୁଧାବର ଏହିଭଳି ଗଣେଶଙ୍କ ପୂଜା: ବୁଧାବାର ଦିନ ସକାଳୁ ଉଠି ସ୍ନାନ ସାରି ଗଣେଶଙ୍କୁ ପୂଜା କରିବାର ସଂକଳ୍ପ ନିଅନ୍ତୁ । ଏହାପରେ ପୂଜା ସ୍ଥଳରେ ପୂଜାଚୌକିରେ ଗଣେଶଙ୍କୁ ସ୍ଥାପନା କରନ୍ତୁ । ଧୂପ, ଦୀପ, ଆଦି ଜଳାଇ ସିନ୍ଦୁର, ଚନ୍ଦନ ଆଦି ଅର୍ପିତ କରନ୍ତୁ । ଏହାପରେ ଗଜାନନଙ୍କ ଚରଣରେ ୧୧ ଟି ବା ୨୧ଟି ଦୁବ ଅର୍ପଣ କରନ୍ତୁ । ଦୁବ ଅର୍ପଣ କରିବା ସମୟରେ ‘ଇଦଂ ଦୁର୍ବାଦଳଂ ଓଂ ଗଂ ଗଣପତୟେ ନମଃ’ ମନ୍ତ୍ର ଜପନ୍ତୁ ।
ସେହିପରି ପୂଜା ସମୟରେ ଗଣେଶଙ୍କ ଚରଣରେ ଲାଲ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।