ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରୁଦ୍ରାକ୍ଷକୁ ଶିବଙ୍କ ରୂପ ବୋଲି କୁହାଯାଇଥାଏ । ଏକ ମୁଖୀ, ଦୁଇ ମୁଖୀ, ପଞ୍ଚ ମୁଖୀ ଏଭଳି ଅନେକ ପ୍ରକାରର ରୁଦ୍ରାକ୍ଷ ରହିଛି । ଯାହାକୁ ଧାରଣ କରିବା ଦ୍ୱାରା ଅନେକ ଫାଇଦା ହୋଇଥାଏ । ସେଥିମଧ୍ୟରୁ ଗଣେଶ ରୁଦ୍ରାକ୍ଷ ଅନ୍ୟତମ । ଏହା ଖୁବ୍ ଲାଭଦାୟୀ ହୋଇଥାଏ । କାରଣ ଏହି ରୁଦ୍ରାକ୍ଷରେ ଆଂଶିକ ରୂପେ ଭଗବାନ ଗଣେଶଙ୍କ ଆକୃତି ଦେଖିଯାଇଥାଏ । ସେଥିପାଇଁ ଏହାକୁ ଗଣେଶ ରୁଦ୍ରାକ୍ଷ କୁହାଯାଇଥାଏ । କୁହାଯାଏ କି ବୁଧାବର ଦିନ ଗଣେଶ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ରୁଦ୍ରାକ୍ଷ ଧାରଣ କରିବାର ଲାଭ ।
କୁହାଯାଏ କି ଏହି ରୁଦ୍ରାକ୍ଷକୁ ସଫଳତା, ସୁଖ ଏବଂ ସମୃଦ୍ଧିର ପ୍ରତୀକ ଭାବେ ବିବେଚନା କରାଯାଏ । ଏହାକୁ ଧାରଣ କରିବା ଦ୍ୱାରା ସମସ୍ତ ରିଦ୍ଧି-ସିଦ୍ଧି ପ୍ରାପ୍ତ ହୋଇଥାଏ । ଏହାଦ୍ୱାରା ଶରିରୀକ ଲାଭ ସହିତ ମନୁଷ୍ୟକୁ ମାନସିକ ଶାନ୍ତି ବି ପ୍ରଦାନ କରିଥାଏ ।
ଗଣେଶ ରୁଦ୍ରାକ୍ଷର ଲାଭ:
– ଯଦି ଆପଣଙ୍କର ସ୍ମରଣ ଶକ୍ତି କମଜୋର ହୋଇଯାଇଛି ତେବେ ଆପଣଙ୍କୁ ଗଣେଶ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ । ଏହାଦ୍ୱାରା ସ୍ମରଣ ଶକ୍ତି ବଢିବା ସହିତ କୌଣସି କାର୍ଯ୍ୟ କରିବାରେ ଏକାଗ୍ରତା ଆସିଥାଏ ।
– ଯଦି ଆପଣଙ୍କ ପିଲାର ମନ ପାଠ ପଡାରେ ଲାଗୁ ନାହିଁ ବା ପାଠ ପଡାରେ କୌଣସି ସମସ୍ୟା ଉପୁଜୁଛି ତେବେ ଏହି ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ । ସମସ୍ୟାର ସମାଧାନ ହୋଇଯିବ ।
– ବୁଦ୍ଧି ଏବଂ ବିବେକ ର ଦେବତା ହେଉଛନ୍ତି ଶ୍ରୀଗଣେଶ । ସେଥିପାଇଁ ଗଣେଶ ରୁଦ୍ରାକ୍ଷ ମନୁଷ୍ୟର ବୁଦ୍ଧି ଏବଂ ବିବେକକୁ ବଢାଇଥାଏ । ଏହାସହିତ ବୁଧଗ୍ରହ ବି ମଜବୁତ ହୋଇଥାଏ ।
– ମାନସିକ ଚିନ୍ତା ଏବଂ ମାନସିକ ସମସ୍ୟାର ନିବାରଣ ବି ଗଣେଶ ରୁଦ୍ରାକ୍ଷ ଧାରଣ ଦ୍ୱାରା କରାଯାଇପାରେ ।
– ସେହିପରି ବ୍ୟବସାୟରେ ବି ସଫଳତା ପ୍ରାପ୍ତ କରାଇଥାଏ ଗଣେଶ ରୁଦ୍ରାକ୍ଷ ।
– ଏହି ଗଣେଶ ରୁଦ୍ରାକ୍ଷକୁ ପ୍ରକୃତରେ ଗଣେଶ ଚତୁର୍ଥିରେ ଧାରଣ କରିବା ଉଚିତ୍ । କିନ୍ତୁ ଆପଣ ବୁଧବାର ବି ଏହାକୁ ଧାରଣ କରିପାରିବେ । ଏହାଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ।