କଟକ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ପଞ୍ଚୁକ ବ୍ରତ । ଆଜି ପଞ୍ଚୁକ ବ୍ରତର ଦ୍ୱିତୀୟ ଦିନ । ଏହି ଅବସରରେ ଚଳଚଞ୍ଚଳ ହୋଇପଡିଛି ଆଠଗଡ ସ୍ଥିତ ଧବଳେଶ୍ୱର ବାବାଙ୍କ ପୀଠ । ଏହାସହିତ ପଞ୍ଚୁକର ଦ୍ୱିତୀୟ ଦିନରେ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର ।
ବାବା ଧବଳେଶ୍ୱରଙ୍କ ପୀଠରେ ଶନିବାର ପାଳନ କରାଯିବ ବଡ ଓଷା । ସେହିପରି ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀରେ ବାବା ଧବଳେଶ୍ୱରଙ୍କଠାରେ ଗଜଭୋଗ ଓ ତରଣ ଲାଗି କରାଯିବ ।
ଯେଉଁମାନେ ବଡ ଓଷା ଓ କାର୍ତ୍ତିକ ବ୍ରତ କରିଥାନ୍ତି ସେମାନେ ଏହି ଗଜଭୋଗ ଓ ତରଣ ପାଇ ବ୍ରତ ଉଦଯାପନ କରିଥାନ୍ତି ।