ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବର୍ଷକୁ ଚାରୋଟି ନବରାତ୍ରୀ ପଡିଥାଏ । ସେଥିମଧ୍ୟରୁ ଆଶ୍ୱିନ ମାସ ପ୍ରତିପଦାରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଥାଏ । ସେହିପରି ଚଳିତବର୍ଷ ଅକ୍ଟୋବର ୭ରେ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ନବରାତ୍ରୀ । ନବରାତ୍ରୀରେ ନଅ ଦିନ ଯାକ ମା ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ନବରାତ୍ରୀର ପ୍ରଥମ ଦିନରେ ଘଟ ସ୍ଥାପନା କରାଯାଇଥାଏ । ଏଥିପାଇଁ ଶୁଭ ମୁହୂର୍ତ୍ତ କେତେବେଳେ ରହିଛି ଆସନ୍ତୁ ଜାଣିବା..
ଘଟ ସ୍ଥାପନାର ସମୟ ବା ଶୁଭ ମୁହୂର୍ତ୍ତ ସକାଳ ୬ ଟା ୧୭ ମିନିଟ୍ ରୁ ୧୦ ଟା ୧୧ ମିନିଟ୍ ପର୍ଯ୍ୟନ୍ତ ରହିବ । ସେହିପରି ଅଭିଜିତ ମୁହୂର୍ତ୍ତ ସକାଳ ୧୧ ଟା ୪୬ ମିନିଟ୍ ରୁ ୧୨ ଟା ୩୨ ମିନିଟ୍ ପର୍ଯ୍ୟନ୍ତ ରହିବ ।
ଘଟ ସ୍ଥାପନାର ସାମଗ୍ରୀ: ମାଟି ସରା, ମାଟି, ଯବ, କଳଶ, ଜଳ, ଆମ୍ବ ଡାଳ, ସୁପାରୀ, ନଡିଆ, ଅରୁଆ ଚାଉଳ, ଲାଲ ବସ୍ତ୍ର, ଫୁଲ ।