ପୁରୀ(ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଓଢଣୀ ଷଷ୍ଠୀ ନୀତି । ଏହି ଅବସରରେ ଘୋଡଲାଗି କରାଯିବାର ବିଧି ରହିଛି ।
ସାଧାରଣ ଲୋକଙ୍କ ଭଳି ମହାପ୍ରଭୁଙ୍କୁ ମଧ୍ୟ ଶୀତ ହୋଇଥାଏ । ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ପରିଧାନ କରିଥାନ୍ତି ମହାପ୍ରଭୁ । ପାରମ୍ପରିକ ଦରଜି ଦେବକଙ୍କ ଦ୍ୱାରା ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ଘୋଡ ପ୍ରସ୍ତୁତି ହୋଇଥାଏ ।
ପଞ୍ଚମୀ ରାତିରେ ସମସ୍ତ ଘୋଡ ଅଧିବାସ ହୋଇ ଷଷ୍ଠୀରେ ଶ୍ରୀବିଗ୍ରହଙ୍କୁ ଘୋଡଲାଗି କରାଯାଇ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଛି । ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ଯାଏଁ ଏହି ଘୋଡ ଲାଗି ନୀତି ଅନୁଷ୍ଠିତ ହେବ ।