ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ଓଢଣୀଷଷ୍ଠୀ । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଘୋଡ ଲାଗି ନୀତି । ସାଧାରଣ ଲୋକଙ୍କ ଭଳି ମହାପ୍ରଭୁଙ୍କୁ ମଧ୍ୟ ଶୀତ ହୋଇଥାଏ । ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ପରିଧାନ କରିଥାନ୍ତି ମହାପ୍ରଭୁ । ପାରମ୍ପରିକ ଦରଜି ଦେବକଙ୍କ ଦ୍ୱାରା ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ଘୋଡ ପ୍ରସ୍ତୁତି ହୋଇଥାଏ ।
ପଞ୍ଚମୀ ରାତିରେ ସମସ୍ତ ଘୋଡ ଅଧିବାସ ହୋଇଛି । ଷଷ୍ଠୀରେ ଶ୍ରୀବିଗ୍ରହଙ୍କୁ ଘୋଡଲାଗି କରାଯାଇ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯବି । ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ଯାଏଁ ଏହି ଘୋଡ ଲାଗି ନୀତି ଅନୁଷ୍ଠିତ ହେବ ।