ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୁହାଯାଏ ମା’ ଲକ୍ଷ୍ମୀ ଯାହା ଉପରେ ପ୍ରସନ୍ନ ହୋଇଥାନ୍ତି ତାର ସମସ୍ତ ସମସ୍ୟା ଦୂର ହୋଇଥାଏ । ସେଥିପାଇଁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଲାଗି ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ହିସାବରେ ପୂଜାର୍ଚ୍ଚନା କରିଥାନ୍ତି । ବୈଭବ ଏବଂ ଯଶର ଦେବୀ ହେଉଛନ୍ତି ମା’ଲକ୍ଷ୍ମୀ । ଦୁର୍ଗାଙ୍କର ତିନି ଶକ୍ତି ମଧ୍ୟରୁ ମା ଲକ୍ଷ୍ମୀ ଅନ୍ୟତମ । ମା ଲକ୍ଷ୍ମୀ ପଦ୍ମ ଉପରେ ବିରାଜମାନ କରିଥାନ୍ତି । ତାଙ୍କ ହାତ ଖାଲି ରହିଥାଏ ଯେଉଁଥିରେ ଧନ ବର୍ଷା କରିଥାନ୍ତି । ତେବେ ଆସନ୍ତୁ ଜାଣିବା ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ମନ୍ତ୍ର ବିଷୟରେ ।
ମନ୍ତ୍ର- ଓଁ ହ୍ରିଂ ଶ୍ରୀଂ କ୍ରିଂ କ୍ଲିଂ ଶ୍ରୀ ଲକ୍ଷ୍ମୀ ମମ ଗୃହେ ଧନ ପୁରୟେ, ଧନ ପୁରୟେ, ଚିନ୍ତାଏଂ ଦୂରୟେ ଦୂରୟେ ସ୍ୱାହାଃ । ଯଦି ଆପଣ ଋଣ କରିଛନ୍ତି କିନ୍ତୁ ଯେତେ ଚେଷ୍ଟା କଲା ପରେ ଋଣ ସୁଝି ପାରୁ ନାହାନ୍ତି ତେବେ ଏହି ମନ୍ତ୍ର ଜପନ୍ତୁ । ଏହି ମନ୍ତ୍ର ଜପିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବ ।
ମନ୍ତ୍ର- ଓଁ ଶ୍ରୀଂ ହ୍ରୀଂ କ୍ଲୀଂ ସିଦ୍ଧ ଲକ୍ଷେ୍ମø ନମଃ । ଏହି ମନ୍ତ୍ର ଜପିବା ଦ୍ୱାରା ସଫଳତା ପ୍ରାପ୍ତ ହୋଇଥାଏ ।
ମନ୍ତ୍ର- ପଦ୍ମାନନେ ପଦ୍ମ ପଦ୍ମାକ୍ଷ୍ମୀ ପଦ୍ମ ସମ୍ଭବେ ତନ୍ମେ ଭଜସି ପଦ୍ମାକ୍ଷୀ ୟେନ ସୌକ୍ଷଂ ଲଭାମ୍ୟହମ୍ । ଏହି ମନ୍ତ୍ର ଜପିବା ଦ୍ୱାରା ଘରେ କୌଣସି ପ୍ରକାରର ଅନ୍ନ ଏବଂ ଧନ ର ଅଭାବ ରହିବ ନାହିଁ ।
ମନ୍ତ୍ର- ଓଁ ହ୍ରୀଂ ହ୍ରୀଂ ଶ୍ରୀ ଲକ୍ଷ୍ମୀ ବାସୁଦେବାୟ ନମଃ । କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ବା କୌଣସି କାମ ପାଇଁ ଘରୁ ବାହାରିବା ପୂର୍ବରୁ ଏହି ମନ୍ତ୍ର ଜପିବା ଉଚିତ୍ । ଏହାଦ୍ୱାରା ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହୋଇଥାଏ ।
ମନ୍ତ୍ର- ଓଁ ଲକ୍ଷ୍ମୀ ନମଃ । ଏହି ମନ୍ତ୍ରକୁ ଶ୍ରଦ୍ଧା ପୂର୍ବକ ଜପିବା ଦ୍ୱାରା ଘରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି । କଦାପି କୌଣସି ଅଭାବ ଦେଖା ଯାଇନଥାଏ ।
ମନ୍ତ୍ର- ଲକ୍ଷ୍ମୀ ନାରାୟଣ ନମଃ । ଏହି ମନ୍ତ୍ରରେ ମା’ ଲକ୍ଷ୍ମୀ ଏବଂ ନାରାୟଣ(ଭଗବାନ ବିଷ୍ଣୁ)ଙ୍କ ନାମ ଏକାସଙ୍ଗରେ ନିଆଯାଇଥାଏ । ସେଥିପାଇଁ ପତି -ପତ୍ନୀ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ଏହି ମନ୍ତ୍ର ଜପିବା ଉଚିତ୍ । ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ବି ଲାଗି ରହିଥାଏ ।
ମନ୍ତ୍ର- ଓଁ ଧନାୟ ନମଃ । ନିୟମିତ ୧୧ ଥର ଏହି ମନ୍ତ୍ର ଜପନ୍ତୁ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।