ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଘରେ ସୁଖ-ସମୃଦ୍ଧି ଓ ଧନ ପ୍ରାପ୍ତି ପାଇଁ ପ୍ରତ୍ୟେକ ବ୍ୟକ୍ତି ମା ଲକ୍ଷ୍ମୀଙ୍କ ଉପାସନା କରିଥାନ୍ତି । ସେହିପରି ଧନ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ଦିନ ତାଙ୍କର ପୂଜା କରିବା ଲାଭଦାୟକ ହୋଇଥାଏ । ମାନ୍ୟତାଅନୁସାରେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପୂଜା ଏବଂ ଆରତୀ କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ବଳ ବତ୍ତର ରହିଥାଏ ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ । ସେଥିପାଇଁ ଯେଉଁ ବ୍ୟକ୍ତି ଆର୍ଥିକ ସମସ୍ୟାର ସମୁଖୀନ ହେଉଛନ୍ତି ସେମାନଙ୍କୁ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ୍ ।
ଏହାସହିତ ଶୁକ୍ରବାର ଦିନ କେଉଁ କାମ କଲେ ମା ଲକ୍ଷ୍ମୀଙ୍କ କୃପା ବଳବତ୍ତର ରହିବ, ଆସନ୍ତୁ ଜାଣିବା ।
– ଶୁକ୍ରବାର ଦିନ ନାୟାରଣ ପାଠ କରନ୍ତୁ ମା ଲକ୍ଷ୍ମୀଙ୍କୁ ଖୀରୀ ଭୋଗ ଲଗାନ୍ତୁ ।
– ମା ଲକ୍ଷ୍ମୀଙ୍କୁ ଲାଲ ବିନ୍ଦି, ସିନ୍ଦୁର, ଚୁନୁରୀ, ଚୁଡି ଆଦି ଶୁକ୍ରବାର ଦିନ ଅର୍ପଣ କରନ୍ତୁ ।
– ଶୁକ୍ରବାର ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ଏହା ଶୁଭ ହାଇଥାଏ ।
– ଚାଉଳ ପୁଟୁଳି କରି ହାତରେ ଧରି ଓମ୍ ଶ୍ରୀ ଶ୍ରୀୟେ ନମଃ ପାଞ୍ଚ ମାଳା ଜପନ୍ତୁ । ଏହାପରେ ସେହି ଚାଉଳ ପୋଟଳିକୁ ଆଲମିରାରେ ରଖି ଦିଅନ୍ତୁ, ଏହାଦ୍ୱାରା ମାଙ୍କ କୃପା ବଳବତ୍ତର ରହିବ ।
– ଉାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପାଞ୍ଚଟି ଲାଲ ରଙ୍ଗର ଫୁଲ ନେଇ ମାତାଙ୍କ ଧ୍ୟାନ କରନ୍ତୁ । ଏଭଳି କରିବା ଦ୍ୱାରା ମାତାଙ୍କ ଆର୍ଶିବାଦ ପ୍ରାପ୍ତ ହେବ ।