ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ଭୋଳାନାଥଙ୍କ ସହ ଜଡିତ ଅନେକ କାହାଣୀ ବିଷୟରେ ଜାଣିଥିବେ । ସେଥି ମଧ୍ୟରୁ ଏକ କାହାଣୀ ହେଉଛି ଭୋଳାନାଥଙ୍କ ମସ୍ତସ୍କରେ ଥିବା ଚନ୍ଦ୍ର ଦେବଙ୍କ ବିଷୟରେ । ଶିବ ପୁରାଣରେ ଏ ବିଷୟରେ ଉଲ୍ଲେଖ କରାଯାଇଛି । ସମୁଦ୍ର ମଂଥନ ବେଳେ ପୂରା ସମୁଦ୍ର ବିଷ ପାଲଟି ଯାଇଥିଲା । ଯାହା ସାରା ସୃଷ୍ଟିକୁ ବିନାଶ କରିଦେଇଥାନ୍ତା । ସେହି ସମୟରେ ଭଗବାନ ଶିବ ଆଗକୁ ଆସି ସାରା ସୃଷ୍ଟିକୁ ରକ୍ଷା କରିବା ପାଇଁ ସେହି ବିଷକୁ ପାନ କରି ଦେଇଥିଲେ ।
ଏହାପରେ ଭଗବାନ ଶିବଙ୍କର ଶରୀରର ତାପମାତ୍ରା ଖୁବ୍ ବଢିଯାଇଥିଲା । ତାକୁ ସହ୍ୟ କରିବା କଷ୍ଟକର ହୋଇ ପଡିଥିଲା । ସେହି ସମୟରେ ଚନ୍ଦ୍ରମା ଭୋଳାନାଥଙ୍କୁ କହିଥିଲେ ଯେ, ‘ମୋତେ ତୁମ ମଥା ଉପରେ ଧାରଣ କର । ଏଭଳି କରିବା ଦ୍ୱାରା ମୋ ଶରୀରର ଶୀତଳତା ପାଇ ଆପଣଙ୍କ ଶରୀରରେ ତାପମାତ୍ରା ହ୍ରାସ ହୋଇଯିବ’ ।
ଭୋଳାନାଥ, ଚନ୍ଦ୍ରମାଙ୍କ କଥା ସ୍ୱୀକାର କରି ତାଙ୍କୁ ମସ୍ତକରେ ଧାରଣ କରିଥିଲେ । ସେହିଦିନ ଠାରୁ ଭୋଳାନାଥ ତାଙ୍କ ମସ୍ତକରେ ଚନ୍ଦ୍ରମାଙ୍କୁ ଧାରଣ କରିଛନ୍ତି ଏବଂ ସାରା ସୃଷ୍ଟିକୁ ଶୀତଳତା ପ୍ରଦାନ କରୁଛନ୍ତି ।