ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ଗଲେ ଆରମ୍ଭ ହୋଇଯିବ ଶାରଦୀୟ ନବରାତ୍ରୀ । ଏହାପୂର୍ବରୁ ଭକ୍ତଙ୍କ ପାଇଁ ଭଲ ଖବର ଆସି ପହଁଚିଛି । ଏଣିକି ନିୟମିତ ସାତ ହଜାର ଭକ୍ତ ମାତା ବୈଷ୍ଣବ ଦେବୀଙ୍କ ଦର୍ଶନ କରି ପାରିବେ । ଅକ୍ଟୋବର ୧୫ ରୁ ଏହି ନିୟମ ଲାଗୁ ହେବ । ଏନେଇ ମାତା ବୈଷ୍ଣବ ଦେବୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତି ନିଆଯାଇଛି । ବୋର୍ଡର ନିଷ୍ପତି ଅନୁସାରେ ଜମ୍ମୁ-କାଶ୍ମୀର ବାହାରୁ ଆସୁଥିବା ତୀର୍ଥଯାତ୍ରୀ ଯାତ୍ରା କଲା ବେଳେ ସାଥୀରେ କରୋନା ନେଗେଟିଭ ସାର୍ଟିଫିକେଟ ନେଇ ଯିବାକୁ ପଡିବ । ଏହାପୂର୍ବରୁ କରୋନା କଟକଣାକୁ ଦୃଷ୍ଟିରେ ରଖି ୫ ହଜାର ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଥିଲା ।
ବୈଷ୍ଣବ ଦେବୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି କି, ମାତା ବୈଷ୍ଣବ ଦେବୀଙ୍କ ଦର୍ଶନ କରିବାକୁ ଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଏଣିକି୫ ହଜାରରୁ ବୃଦ୍ଧି କରାଯାଇ ୭ ହଜାର କରାଯାଇଛି । ଯେଉଁ ଭକ୍ତ ମାତା ବୈଷ୍ଣବ ଦେବୀଙ୍କ ଦର୍ଶନ କରିବା ଚାହୁଁଛନ୍ତି ସେମାନେ ଟ୍ରଷ୍ଟ ବୋର୍ଡର ୱେବସାଇଟରେ ରେଜିଷ୍ଟ୍ରେସନ କରାଇ ପାରିବେ । କିନ୍ତୁ ଜମ୍ମୁ-କାଶ୍ମୀର ବାହାରୁ ଆସୁଥିବା ଭକ୍ତ ତାଙ୍କ ସହିତ କରୋନା ନେଗେଟିଭ ସାର୍ଟିଫିକେଟ ନେଇ ଆସିବା ବାଧ୍ୟତାମୂଳକ ।
ବୋର୍ଡ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କି, ନବରାତ୍ରୀରେ ବୈଷ୍ଣବ ଦେବୀଙ୍କ ଦର୍ଶନ ପାଇଁ ଆସିବାକୁ ଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ କଟ୍ଟରା ଭବନ ମଧ୍ୟରେ ଖଚ୍ଚର ସେବା ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଛି ।