ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମକର ସଂକ୍ରାନ୍ତି ପରେ ଶ୍ରଦ୍ଧାଳୁଙ୍କ ପାଇଁ ବୈଷ୍ଣୋ ଦେବୀ ମନ୍ଦିରର ପୁରୁଣା ଏବଂ ପ୍ରାକୃତିକ ଗୁମ୍ପାକୁ ଖୋଲା ଯାଇଥିଲା । ସେବେଠାରୁ ଅନେକ ସଂଖ୍ୟକ ଶ୍ରଦ୍ଧାଳୁ ମାତାଙ୍କ ଦର୍ଶନ କରି ସାରିଲେଣି । ଏନେଇ ଅଧିକାରୀ କହିଛନ୍ତି କି, କଡାକଡି ଭାବେ କରୋନା ପ୍ରୋଟୋକଲ ପାଳନ କରି ମାଙ୍କ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ ।
ବୈଷ୍ଣୋ ଦେବୀ ଟ୍ରଷ୍ଟ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରମେଶ କୁମାର କହିଛନ୍ତି କି, ସାଧାରଣତଃ ଶ୍ରଦ୍ଧାଳୁଙ୍କୁ ପ୍ରାକୃତିକ ଗୁମ୍ପା ଦେଇ ମାତାଙ୍କ ଦର୍ଶନ ପାଇଁ ସେତେବେଳେ ଅନୁମତି ଦିଆଯାଇଥାଏ, ଯେତେବେଳେ ନିୟମିତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୧୦ ହଜାରରୁ କମ ହୋଇଥିବ । ୨୦୨୧ ରେ ଏପର୍ଯ୍ୟନ୍ତ ୫.୭ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମାଙ୍କର ଦର୍ଶନ କରି ସାରିଲେଣି ।