ପୁରୀ (ଏଟିଆର ବ୍ୟୁରୋ): ଆସନା ୧୬ ତାରିଖରେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ହେବାକୁ ଥିବା ଗୋଷାଣୀ ଯାତ୍ରା ଉପରେ କଟକଣା ଲାଗିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଏଥରକ ଗୋଷାଣୀ ମେଢ ଦେଖି ପାରିବେନି ଶ୍ରଦ୍ଧାଳୁ । ଗୋଷାଣୀ ଯାତ୍ରାରେ ଭିଡ ଲାଗିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି ।
ଗୋଷାଣୀ ଯାତ୍ରା ପାଇଁ ଶ୍ରୀମନ୍ଦିର ଚାରିପାଖ ଏବଂ ସିଂହଦ୍ୱାର ଠାରୁ ମରଚିକୋଟ ଛକ ଯାଏଁ ଯାତାୟତ ଉପରେ କଟକଣା ଜାରି କରାଯାଇଛି ।