ପୁରୀ (ଏଟିଆର ବ୍ୟୁରୋ); ଶ୍ରୀନ୍ଦିର ଛାଡି ମାଉସୀ ମାଙ୍କ ଘରକୁ ଭାଇ ଭଉଣୀଙ୍କ ସହ ଯାଇଛନ୍ତି କାଳିଆ ସାଆନ୍ତେ । ଗତକାଲି ପବିତ୍ର ଘୋଷଯାତ୍ରାରେ ବାହାରିଥିଲେ ଚତୁର୍ଦ୍ଧା ମୁରତୀ । ସଂନ୍ଧ୍ୟାରେ ଶରଧା ବାଲିରେ ଲାଗିଲା ତିନି ରଥ । ଆଜି ଅପରାହ୍ନରେ ଶ୍ରୀ ଗୁଣ୍ଡିଚା ରଣୀଙ୍କ ମନ୍ଦିରରେ ପ୍ରବେଶ କରିବେ ଚତୁର୍ଦ୍ଧା ମୁରତି । ଆଡପ ମଣ୍ଡପରେ କରିବେ ବିଜେ । ତେବେ ଆଜିଠାରୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରେ ଲଗାଇବେ ଭିଡ । ଚତୁର୍ଦ୍ଧା ମୁରତୀଙ୍କୁ କରିବେ ଦର୍ଶନ । ତେବେ ଅଗଣିତ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ବର୍ଷତମାମ ଶ୍ରୀମନ୍ଦିରରେ ଲାଗିଥାଏ ଭକ୍ତଙ୍କ ଭିଡ । ମହାପ୍ରଭୁଙ୍କ ଦର୍ଶନ କରି କୋଟି ଜନ୍ମର ପାପ ଛଡାଇଥାନ୍ତି ଭକ୍ତ । ଚକାନୟନକୁ ଦେଖିବା ପରେ ସବୁ କିଛି ଭୁଲି ଯାଇଥାନ୍ତି ଭକ୍ତ । ଠାକୁରଙ୍କ ଭାବ ବେଗରେ ମଜିଯାଇ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଥାନ୍ତି । ତେବେ ପବିତ୍ର ବେଦସ୍ନାନ ପୂର୍ଣ୍ଣିମା ପରଦିନଠାରୁ ଜ୍ୱରରେ ପଡିଥିଲେ ମହାପ୍ରଭୁ । ଅଣସର ଘରେ ଚାଲିଥିଲା ଗୁପ୍ତ ସେବା । ରାଜ ବୈଦ୍ୟଙ୍କ ପରାମର୍ଶ କ୍ରମେ ଧିରେ ଧିରେ ସୁସ୍ଥ ହୋଇଥିଲେ ମହାପ୍ରଭୁ ।
ସୁସ୍ଥ ହେବା ପରେ ଆଷାଢ଼ ମାସ ଶୁକ୍କପକ୍ଷ ଦ୍ୱିତୀୟା ତିଥୀରେ ମାଉସୀ ମା ଗୁଣ୍ଡିଚା ରାଣୀଙ୍କ ମନ୍ଦିର ଅଭିମୁଖେ ବାହାରନ୍ତି ନଟିଆ ଠାକୁର । ସାଙ୍ଗରେ ଭାଇ ଭଉଣୀ ଏବଂ ସୁଦର୍ଶନଙ୍କୁ ନେଇ ଆସିଥାନ୍ତି । ସେଠାରେ ନଅ ଦିନ ରହିବା ପରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଯାଇଥାନ୍ତି । ତେବେ ଏହି ୯ଦିନ ଗୁଣ୍ଡିଚା ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥାଏ । ରତ୍ନ ବେଦି ଛାଡି ଆଡପ ମଣ୍ଡପରେ ଦର୍ଶନ କରିଥାନ୍ତି ଭକ୍ତ ।