ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ସେହିପରି ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଗୁପ୍ତ ଗୁଣ୍ଡିଚା ।
ଲୋକକଥା ରହିଛି କି, ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗରେ ମାଲକ୍ଷ୍ମୀଙ୍କୁ ନନେଇ ଭାଇ ଭଉଣୀଙ୍କୁ ଘେନି ଯାତ୍ରା କରିଥିବା ହେତୁ ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ଆୟୋଜନ ହୋଇଥାଏ ।
ଏହି ଗୁପ୍ତ ଗୁଣ୍ଡିଚାରେ ମା ଲକ୍ଷ୍ମୀଙ୍କୁ ମନେଇବା ଲାଗି ଶ୍ରୀମନ୍ଦିରରୁ ଦୁର୍ଗାମାଧବ ଏକ ଶୋଭାଯାତ୍ରାରେ ବାହାରି ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଯାଇଥାନ୍ତି ।