ପୁରୀ (ଏଟିଆର ବ୍ୟୁରୋ): ଚାଲିଛି ଧର୍ମ ମାସ କାର୍ତ୍ତିକ । ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଏଠାରେ ରହି ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳୀ । ବ୍ରତଧାରୀମାନେ ଭୋରୁ ଉଠି ପୁଷ୍କରିଣୀରେ ସ୍ନାନ ସାରି ବୃନ୍ଦାବତୀ ମୂଳେ ରାଇ ଦାମୋଦର ପୂଜା କରୁଛନ୍ତି । ଏହାସହିତ ହବିଷ୍ୟାଳୀ କେନ୍ଦ୍ରମାନଙ୍କରେ ମଧ୍ୟ ବ୍ରତଧାରୀମାନେ ଚଉରାମୂଳେ ପୂଜାପାଠ ଓ ପାରଣ କରୁଛନ୍ତି ।
ସେହିପରି କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଜମୁଛି ଭକ୍ତଙ୍କ ଭିଡ । ସ୍ୱତନ୍ତ୍ର ରାଇଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଏହି ବେଶକୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦରକୁ ଭକ୍ତଙ୍କ ଶୁଅ ଛୁଟୁଛୁ ।