ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ବର୍ଷ ହୋଇ ପାରିଲା ନାହିଁ ପ୍ରଭୁ ଲିଙ୍ଗରାଜଙ୍କ ପାରମ୍ପରିକ ଯାତ୍ରା । ଯାହାକୁ ହାଣ୍ଡିଭଙ୍ଗା ଯାତ୍ରା ବୋଲି କୁହାଯାଏ । ଯେଉଁଥି ପାଇଁ ପ୍ରଭୁ ଲିଙ୍ଗରାଜଙ୍କୁ ଉପବାସ ରହିବାକୁ ପଡିଥିଲା । କପିଳନାଥ ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦ ପାଇଁ ପ୍ରଭୁଙ୍କର ନୀତି ହୋଇ ପାରି ନାହିଁ । ଏହି ବିବାଦକୁ ସମାଧାନ କରିବା ଲାଗି ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମଧ୍ୟରେ ବୈଠକ ବସିଥିଲେ ହେଁ ଏହାର କୌଣସି ସମାଧାନ ହୋଇପାରି ନାହିଁ । ଯେଉଁଥି ଲାଗି ଭକ୍ତଙ୍କ ଗ୍ରହଣରେ ଅସନ୍ତୋଷ ପ୍ରକାଶ ପାଇଛି ।
କେବଳ ଚଳିତ ବର୍ଷ ଏହି ଯାତ୍ରା ହୋଇପାରିଲା ନାହିଁ ତାହା ନୁହେଁ ବରଂ ଲଗାତର ୬ ବର୍ଷ ହେଲା ଏହି ହାଣ୍ଡିଭଙ୍ଗା ଯାତ୍ରା ହୋଇ ପାରିନାହିଁ । ଏବର୍ଷ ଏହି ଯାତ୍ରା କରିବା ଲାଗି ମଲିଆ ଏବଂ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । ମାତ୍ର ୫ ବର୍ଷ ପୂର୍ବର ପରମ୍ପରା ମୁତାବକ ଏହି ନୀତି କରିବା ପାଇଁ ରାଜି ହୋଇନଥିଲେ ମଲିଆ ସେବାୟତ । ପରମ୍ପରା ଅନୁଯାୟୀ ଏହି ଯାତରେ ପ୍ରଭୁ ଲିଙ୍ଗରାଜ କପିଳନାଥ ମନ୍ଦୀର ଯାଇଥାନ୍ତି । କିନ୍ତୁ ଏହି ନୀତି ପୁରଣ ହୋଇ ପାରିଲା ନାହିଁ ।