ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଦାନ କରିବା ଶୁଭ ହୋଇଥାଏ । ଗୁପ୍ତ ଦାନର ବିଶେଷ ମହତ୍ୱ ରହିଛି । ଶାସ୍ତ୍ରରେ ଦାନକୁ ସବୁଠୁ ବଡ ଧର୍ମ ବୋଲି କୁହାଯାଏ । ମଙ୍ଗଳବାରକୁ ମଙ୍ଗଳ ଗ୍ରହ ଏବଂ ହନୁମାନଙ୍କୁ ସମର୍ପିତ କରାଯାଇଛି । ଏହିଦିନ କିଛି ଜିନିଷ ଦାନ କରିବା ଦ୍ୱାରା ଜୀବନରେ ସଙ୍କଟ ଦୂର ହୋଇଯାଏ । ଏହାସହିତ ମଙ୍ଗଳଙ୍କ ଅଶୁଭ ପ୍ରଭାବ ମଧ୍ୟ କମ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ମଙ୍ଗଳବାର କଣ ଦାନ କରିବା ଉଚିତ୍ ।
ମଙ୍ଗଳବାର ସକାଳ ସମୟରେ ଲାଲ ରଙ୍ଗର କପଡା ଏବଂ ଲାଲ ଫଳ ଯେପରିକି ସେଓ, ଡାଳିମ୍ବ ଦାନ କରିବା ଉଚିତ୍ । ଏହାସହିତ ଚଣା ଦାନ କରିବା ମଧ୍ୟ ଶୁଭ ହୋଇଥାଏ ।
ଯେଉଁ ବ୍ୟକ୍ତିଙ୍କ ଜାତକରେ ମାଙ୍ଗଳିକ ଦୋଷ ରହିଥିବ ସେମାନେ ପ୍ରତ୍ୟେକ ମଙ୍ଗଳବାର ମଙ୍ଗଳଦେବଙ୍କୁ ପୂଜନ୍ତୁ । ଏହିଦିନ ଲାଲ ମସୁରୀ ଡାଲି ଦାନ କରିବା ଦ୍ୱାରା ମଙ୍ଗଳଙ୍କ ଅଶୁଭ ପ୍ରଭାବ କମ ହେବ ଏବଂ ବିବାହରେ ବାଧା ଉପୁଜିବନି ।
ମଙ୍ଗଳବାର ବେସନ ଲଡ୍ଡୁ ଦାନ କରିବା ଦ୍ୱାରା ଆୟ ବୃଦ୍ଧି ହୋଇଥାଏ । ପଦୋନ୍ନତୀ ପାଇଁ ମଧ୍ୟ ଶୁଭ ହୋଇଥାଏ ।
ସୁସ୍ଥ ଶରୀର ଏବଂ ରୋଗ ମୁକ୍ତ ପାଇଁ ମଙ୍ଗଳବାର ନଡିଆ ଦାନ କରିବାର ପରାମର୍ଶ ଦିଆ ଯାଇଥାଏ । ଏହାଦ୍ୱାରା ସ୍ୱାସ୍ଥ୍ୟ ଲାଭ ମିଳିଥାଏ ।
ମଙ୍ଗଳବାର ହନୁମାନଙ୍କୁ ପୂଜା କରିବା ଏବଂ ଗୁଡ ଦାନ କରିବା ପୂଣ୍ୟକାରୀ ହୋଇଥାଏ । ଏହାଦ୍ୱାରା ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ ।