ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଙ୍ଗଳବାର ଭଗବାନ ହନୁମାନଙ୍କୁ ସମର୍ପିତ କରାଯାଇଛି । ତାଙ୍କୁ ସଙ୍କଟମୋଚନ ବୋଲି ମଧ୍ୟ କୁହାଯାଏ । କୁହାଯାଏ କି ଯେଉଁ ବ୍ୟକ୍ତି ଶ୍ରଦ୍ଧା ମନରେ ହନୁମାନଙ୍କୁ ଆରାଧନା କରନ୍ତି ଏବଂ ତାଙ୍କ ପୂଜାର ନିୟମ ପାଳନ୍ତି ତାଙ୍କର ସମସ୍ତ କଷ୍ଟ ଦୂର କରନ୍ତି ହନୁମାନ । ସେହିପରି ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ରହିଛି । ମାନ୍ୟତା ରହିଛି କି ମଙ୍ଗଳବାର ଓସ୍ତ ପତ୍ର ଉପାୟ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା..
ମଙ୍ଗଳବାର ସ୍ନାନ କରିବା ପରେ ୧୧ଟି ଓସ୍ତ ପତ୍ର ଛିଡାନ୍ତୁ । ଏହି ପତ୍ରକୁ ଗଙ୍ଗାଜଳରେ ସଫା କରି ଚନ୍ଦନରେ ସେଥିରେ ଶ୍ରୀରାମ ଲେଖନ୍ତୁ । ଏହାପରେ ଏହି ପତ୍ରକୁ ମାଳ କରି ହନୁମାନଙ୍କୁ ଚଢାନ୍ତୁ । ଏଭଳି କରିବା ଦ୍ୱାରା ଆର୍ଥିକ ସମସ୍ୟା ବହୁତ ଶୀଘ୍ର ଦୂର ହେବ ବୋଲି ମାନ୍ୟତା ରହିଛି ।
ମଙ୍ଗଳବାର ସନ୍ଧ୍ୟାରେ ହନୁମାନ ମନ୍ଦିରରେ ବେସନ ଲଡ୍ଡୁରେ ତୁଳସୀ ପତ୍ର ପକାଇ ଭୋଗ ଲଗାନ୍ତୁ । କୁହାଯାଏ ହନୁମାନ ଲଡ୍ଡୁ ବହୁତ ପ୍ରିୟ । ଗ୍ରହ ଶାନ୍ତି ପାଇଁ ଏହି ଉପାୟ ଲାଭକାରୀ ହୋଇଥାଏ ।
ଯଦି ଦୀର୍ଘ ଦିନ ଧରି କୌଣସି କାମ ଅଟକି ରହିଛି ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ ପାନ ବିଡା ଅର୍ପଣ କରନ୍ତୁ । ଏହାଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ମିଳେ ।
ପ୍ରତ୍ୟେକ ମଙ୍ଗଳବାର ଚମେଲି ତେଲରେ ଦୀପ ଜାଳି ହନୁମାନଙ୍କୁ ଚମେଲି ତେଲ ଏବଂ ଫୁଲ ଚଢାଇବା ଦ୍ୱାରା ବଜରଙ୍ଗୱାଲିଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହାଦ୍ୱାରା ଘରେ ସୁଖ-ଶାନ୍ତି ଏବଂ ସମୃଦ୍ଧି ବଳବତ୍ତର ହୋଇଥାଏ ।