ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅକ୍ଷୟ ତୃତୀୟ ଅବସରରେ ଉତ୍ତରାଖଣ୍ଡରେ ଯମୁନେତ୍ରୀ ଧାମର ଦ୍ୱାର ଖୋଲିବା ସହିତ ଚାରିଧାମ ଯାତ୍ରାର ଶ୍ରୀଗଣେଶ କରାଯିବ । ଚଳିତବର୍ଷ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଚାରିଧାମ ଯାତ୍ରା ସ୍ଥଗିତ ରଖାଯାଇଛି କିନ୍ତୁ ନିର୍ଦ୍ଧାରିତ ସମୟରେ ଚାରିଧାମର ଦ୍ୱାରା ଫିଟାଯିବା ।
ଚାରିଧାମର ଦ୍ୱାର ଫିଟାକୁ ନେଇ ଆଜି ଚାରିଧାମ ଦେବସ୍ଥାନମ ପ୍ରବନ୍ଧନ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରବିନାଥ ରମଣ ଏସଓପି ଜାରି କରିଛନ୍ତି । ଜାରି କରାଯାଇଥିବା ଏସଓପି ଅନୁଯାୟୀ ଚାରିଧାମର ଦ୍ୱାର ପ୍ରତିଦିନ ସକାଳ ସାତଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଖୋଲା ରହିବ ।
ମେ ୧୪ ଅକ୍ଷୟ ତୃତୀୟା ୧୨ ଟା ୧୫ ମିନିଟରେ ଖାଲିବ ଯମୁନେତ୍ରୀ ଧାମ । ସେହିପରି ମେ ୧୫ ସକାଳ ୭ ଟା ୩୧ ରେ ଖୋଲିବ ଗଙ୍ଗୋତ୍ରୀ ଧାମ ଖୋଲିବାକୁ ଥିବା ବେଳେ ମେ ୧୭ ସକାଳ ୫ଟାରେ କେଦାରନାଥ ଧାମ ଦ୍ୱାର ଏବଂ ମେ ୧୮ ଭୋର ୪ଟା ୧୫ ରେ ଖୋଲିବ ବଦ୍ରିନାଥ ଧାମର ଦ୍ୱାର । ନିର୍ଦ୍ଧାରିତ ତିଥିରେ ଖୋଲିବ ଚାରିଧାମର ଦ୍ୱାର । ପରମ୍ପରା ଅନୁଯାୟୀ ମନ୍ଦିରରେ ଭଗବାନଙ୍କ ପୂଜାର ରୀତିନୀତି ଚାଲିବ । କିନ୍ତୁ ଯାତ୍ରୀଙ୍କୁ ଦର୍ଶନ ପାଇଁ ଅନୁମତି ନାହିଁ । ଏହାସହିତ ଧାମରେ କରୋନାର ସମସ୍ତ ଗାଇଡଲାଇନ ପାଳନ କରାଯିବ ।