ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ସ୍ନାନ ଯାତ୍ରା । ବିଭିନ୍ନ ନୀତି କାନ୍ତି ସମେତ ସୁବର୍ଣ୍ଣ କୂଅରୁ୧୦୮ ଗରା ସୁବାସିତ ଜଳ ଆସି ସ୍ନାନନୀତି ଶେଷ ହେବା ପରେ ଛେରାପହଁରା ନୀତି ମୁଦରସ୍ତଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ହାତୀ ବେଶ । କଳା ଓ ଧଳା ହାତୀ ବେଶରେ ବିଭୁଷିତ ହୋଇଛନ୍ତି ମଣିମା । ବାମନ ଓ ଐରାବତ ହାତୀ ବେଶରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମଣିମା ।
କରୋନା କଟକଣା ଲାଗି ଇତିହାସରେ ପ୍ରଥମ ଥର ପାଇଁ ବିନା ଭକ୍ତରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି । ଏଥର ଦୁରଦର୍ଶନ ମାଧ୍ୟମରେ ଭକ୍ତ ଭଗବାନଙ୍କୁ ଦର୍ଶନ କରିଛନ୍ତି । ଶ୍ରୀଜିଉଙ୍କ ପ୍ରତ୍ୟେକ ନିତି କାନ୍ତି ଦୁରଦର୍ଶନର ସିଧାପ୍ରସାରଣରେ ଦେଖିବାକୁ ମିଳିଛି । କିନ୍ତୁ ଶ୍ରୀଜିଉଙ୍କ ବଡ ଦାଣ୍ଡରୁ ସିଧା ସଳଖ ନଦେଖିବାରୁ ଭକ୍ତଙ୍କ ମନରେ ଦୁଃଖ ଭରି ଯାଇଛି ।