ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବ୍ ଶକ୍ତିଶାଳୀ ଭଗବାନ ହନୁମାନ । କୁହାଯାଏ କି ହନୁମାନ ଏଭଳି ଏକ ଦେବତା, ଯାହାଙ୍କ ଆରାଧନାରେ ବଡ ବଡ ବାଧା ଦୂର ହୋଇଯାଏ । କଳିଯୁଗର ଜୀବନ୍ତ ଦେବତା ହେଉଛନ୍ତି ବଜରଙ୍ଗୱାଲି । ତାଙ୍କ ଆରାଧନା କରିବା ଦ୍ୱାରା ଶୀଘ୍ର ଫଳ ପ୍ରାପ୍ତି ହୋଇଥାଏ । ଏହାସହିତ ଶନିଙ୍କ ଖରାପ ପ୍ରଭାବରୁ ମୁକ୍ତି ମିଳିଥାଏ । ହନୁମାନଙ୍କ ନାମ ଉଚ୍ଚାରଣ କରିବା ଦ୍ୱାରା ସାଂସାରିକ ସୁଖ ପ୍ରାପ୍ତି ହୋଇଥାଏ । ହନୁମାନଙ୍କୁ ବଜରଙ୍ଗୱାଲି,ଅଞ୍ଜନୀପୁତ୍ର, ପବନପୁତ୍ର, ରାମଭକ୍ତ ନାମରେ ଜଣାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ମାରୁତି ନନ୍ଦନଙ୍କ ନାମ ହନୁମାନ କିଭଳି ହେଲା..
ପୌରାଣିକ କଥାନୁସାରେ ହନୁମାନଙ୍କ ପିଲା ଦିନର ନାମ ମାରୁତି ଥିଲା । ଦିନ ମାରୁତି ନନ୍ଦନ ନିଦ୍ରାରୁ ଉଠିଲା ପରେ ତାଙ୍କୁ ଭୀଷଣ ଭୋକ ଲାଗିଲା । ଏହାପରେ ସେ ଏକ ବୃକ୍ଷରେ ପାଚିଲା ଫଳ ଦେଖି ଖାଇବାକୁ ବାହାରିଲେ । ବାସ୍ତବରେ ମାରୁତି ଯାହାକୁ ଲାଲ ପାଚିଲା ଫଳ ଭାବୁଥିଲେ ତାହା ଫଳ ନୁହେଁ ବରଂ ସୂର୍ଯ୍ୟଦେବ ଥିଲେ ।
ସେଦିନ ଅମାବାସ୍ୟା ଦିନ ଥିଲା ଏବଂ ରାହୁ ସୂର୍ୟ୍ୟ ରେ ଗ୍ରହଣ ଲାଗିବାକୁ ଯାଉଥିଲେ, କିନ୍ତୁ ସୂର୍ୟ୍ୟ ଗ୍ରହଣ ପୂର୍ବରୁ ହନୁମାନ ସୂର୍ୟ୍ୟଙ୍କୁ ଗ୍ରାସ କରିଥିଲେ । ଏହା କ’ଣ ଘଟୁଛି ବୋଲି ରାହୁ ବୁଝି ପାରିନଥିଲେ । ସେ ଇନ୍ଦ୍ରଙ୍କ ସାହାଯ୍ୟ ମାଗିଥିଲେ। ଯେତେବେଳେ ଇନ୍ଦ୍ରଙ୍କ ବାରମ୍ବାର ଅନୁରୋଧ ସତ୍ୱେ ହନୁମାନ , ସୂର୍ୟ୍ୟ ଭଗବାନଙ୍କୁ ମୁକ୍ତ କରିନଥିଲେ, ସେତେବେଳେ ଇନ୍ଦ୍ର ବଜ୍ରପାତରେ ତାଙ୍କ ମୁହଁକୁ ଆଘାତ କରିଥିଲେ, ଯାହାଫଳରେ ସୂର୍ୟ୍ୟ ଭଗବାନ ମୁକ୍ତ ହୋଇଥିଲେ ।
ବଜ୍ରପାତରେ ପବନପୁତ୍ର ମୁର୍ଚ୍ଛିତ ହୋଇ ତଳେ ପଡିଯାଇଥିଲେ ଏବଂ ତାଙ୍କ ମୁହଁ ବଙ୍କା ହୋଇଯାଇଥିଲା । ଯେତେବେଳେ ଏ ବିଷୟରେ ପବନ ଦେବତା ଜାଣିବାକୁ ପାଇଲେ ସେ ଖୁବ୍ କ୍ରେଧିତ ହୋଇଗଲେ । ସେ ତାଙ୍କ ଶକ୍ତି ବଳରେ ସାରା ସଂସାରକୁ ବାୟୁ ପ୍ରବାହରେ ରୋକି ଦେଲେ । ଯାହାଦ୍ୱାରା ପୃଥିବୀରେ ଜୀବଯନ୍ତୁଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ।
ଏହି ବିନାଶକୁ ରୋକିବା ପାଇଁ ସମସ୍ତ ଦେବତା ପବନଦେବଙ୍କୁ ତାଙ୍କ କ୍ରୋଧ ତ୍ୟାଗ କରିବାକୁ ଏବଂ ପୃଥିବୀରେ ଜୀବନର ବାୟୁ ପ୍ରବାହିତ କରିବାକୁ ଅନୁରୋଧ କରିବାକୁ ଆସିଥିଲେ। ପୱନ ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ, ସମସ୍ତ ଦେବତା ବାଳୁତ ହନୁମାନଙ୍କୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିଥିଲେ ଏବଂ ଅନେକ ବରଦାନ ପ୍ରଦାନ କରିଥିଲେ ।
ଦେବତାଙ୍କ ବରଦାନରେ ବାଳକ ହନୁମାନ ଆହୁରି ଶକ୍ତିଶାଳୀ ହୋଇଗଲେ, କିନ୍ତୁ ବଜ୍ରପାତ ଆଘାତରେ ତାଙ୍କ ଥୋଡ ବଙ୍କା ରହିଗଲା । ଯେଉଁଥିପାଇଁ ତାଙ୍କର ଏକ ନାମ ହନୁମାନ ।