ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୁଭତାର ଦେବତା ହେଉଛନ୍ତି ଗଣେଶ ଭଗବାନ । ତାଙ୍କୁ ଅଗ୍ରପୂଜ୍ୟ ବୋଲି ମଧ୍ୟ କୁହାଯାଇଥାଏ । ତାଙ୍କ ପ୍ରତିକ ହେଉଛି ସ୍ୱସ୍ତିକ । ସେଥିପାଇଁ ପ୍ରତ୍ୟେକ କାର୍ଯ୍ୟ ପୂର୍ବରୁ ସ୍ୱସ୍ତିକ ଚିହ୍ନ କରାଯାଇଥାଏ । ଖାସ୍ କରି ମା ଲକ୍ଷ୍ମୀ ଏବଂ ଗଣେଶଙ୍କ ପୂଜାରେ ସ୍ୱସ୍ତିକ ଚିହ୍ନ ନିହାତି ଭାବେ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ସ୍ୱସ୍ତିକ ସହ ଜଡିତ ଖାସ୍ କଥା ବିଷୟରେ..
ଋଗବେଦରେ ସ୍ୱସ୍ତିକକୁ ସୂର୍ଯ୍ୟ ବୋଲି ବିବେଚନା କରାଯାଇଛି । ଏବଂ ସ୍ୱସ୍ତିକର ଚାରି ବାହୁଜୁ ଚାରୋଟି ଦିଗରେ ଉପମା ଦିଆଯାଇଛି । ଏହାବ୍ୟତିତ ସ୍ୱସ୍ତିକର ମଧ୍ୟ ଭାଗକୁ ବିଷ୍ଣୁଙ୍କ ପଦ୍ମ ନାଭି ଏବଂ ରେଖାକୁ ବ୍ରହ୍ମାଙ୍କ ଚାରି ମୁଖ, ଚାରି ହାତ ଏବଂ ଚାରି ବେଦ ରୂପେ ଉପସ୍ଥାପିତ ।
ଅନ୍ୟଗ୍ରନ୍ଥରେ ସ୍ୱସ୍ତିକକୁ ଚାରି ଯୁଗ, ଚାରି ଆଶ୍ରମର ପ୍ରତିକ ବୋଲି ବିବେଚନା କରାଯାଇଛି । ପ୍ରାଚୀନ କାଳରୁ ଏହି ଶୁଭ ସଂକେତ ସମଗ୍ର ସୃଷ୍ଟିରେ ପ୍ରଚିଳିତ ।
ସର୍ବଦା ଲାଲ ରଙ୍ଗରେ ସ୍ୱସ୍ତିକ ନିର୍ମାଣ କରାଯାଇଥାଏ । କାରଣ ହିନ୍ଦୁ ଧର୍ମରେ ଲାଲ ରଙ୍ଗକୁ ଶୁଭ ବୋଲି କୁହାଯାଇଥାଏ ।
ସେହିପରି ବାସ୍ତୁରେ ମଧ୍ୟ ସ୍ୱସ୍ତିକର ମହତ୍ୱ ରହିଛି । ଘରର ମୁଖ୍ୟ ଦ୍ୱାରରେ ସ୍ୱିସ୍ତିକ ଅଙ୍କା ଯାଇଥାଏ । ଏହାଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ ବୋଲି କୁହାଯାଏ । ଏହାସହିତ ଘରେ ସୁଖ, ସମୃଦ୍ଧି ବଳବତ୍ତର ରହିଥାଏ ।
ଯଦି ବ୍ୟବସାୟରେ କ୍ଷତି ହେଉଥାଏ ତେବେ ସାତ ଗୁରୁବାର ଇଶାଣ କୋଣରେ ହଳଦୀରେ ସ୍ୱିସ୍ତିକ ଆଙ୍କନ୍ତୁ । ଏହାଦ୍ୱାରା ଆପଣଙ୍କ ସମସ୍ୟା ଦୂର ହେବ । ଏବଂ ବ୍ୟବସାୟରେ ଉନ୍ନତି ହେବ ।
କାର୍ଯ୍ୟରେ ସଫଳତା ପାଇଁ ଘରର ଉତ୍ତର ଦିଗରେ ସୁଖିଲା ହଳଦୀରେ ସ୍ୱିସ୍ତିକ ଆଙ୍କିବା ଶୁଭ ହୋଇଥାଏ ।