ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯିବାର ବିଧି ରହିଛି । ଏହାଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖ, ସମୃଦ୍ଧି, ଶାନ୍ତି , ବୈଭବ ଏବଂ ଯଶ ପ୍ରାପ୍ତି ହୋଇଥାଏ । ଏହିଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଦ୍ୱାରା ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ । କିନ୍ତୁ ବେଳେ ବେଳେ ବ୍ୟକ୍ତିଙ୍କ ଉପରେ ଏହାର ଓଲଟା ପ୍ରଭାବ ମଧ୍ୟ ପଡିଥାଏ । ବ୍ୟକ୍ତିଙ୍କ ଉପରେ ବାସ୍ତୁର ଗଭୀର ପ୍ରଭାବ ପଡିଥାଏ । ଶୁକ୍ରବାରଦିନ ଯଦି ବାସ୍ତୁ ଅନୁସାରେ ମା ଲକ୍ଷ୍ମୀଙ୍କ ଫାଟା କିମ୍ବା ମୂର୍ତ୍ତି ଘରେ ସ୍ଥାପନା କରାଯାଏ ତେବେ ମାଙ୍କ କୃପା ସଦା ସର୍ବଦା ବଳବତ୍ତର ରହିବ । ତେବେ ଆସନ୍ତୁ ଜାଣିବା ବାସ୍ତୁର ସେହି ଉପାୟ ବିଷୟରେ..
– ଘରେ ମାତା ଲକ୍ଷ୍ମୀ୍ମ ଏବଂ ଗଣେଶଙ୍କ ମୂର୍ତ୍ତି ଏକାଠି ରଖିବା ଦ୍ୱାରା ବିଦ୍ୟା ଏବଂ ବୃଦ୍ଧିର ବିକାଶ ହୋଇଥାଏ । ଅବଶ୍ୟ ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀ ହେଉଛନ୍ତି ଭାଇ-ଭଉଣୀ । ସେଥିପାଇଁ ତାଙ୍କ ପୂଜା ଏକାଠି କେବଳ ଦୀପାବଳୀରେ ହିଁ ହୋଇଥାଏ ।
– କୁହାଯାଏ ମାତା ଲକ୍ଷ୍ମୀଙ୍କ ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଛି । ସେଥିପାଇଁ ଶୁକ୍ରବାର ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରି ମା ଲକ୍ଷ୍ମୀଙ୍କ ଫଟୋ ବା ମୂର୍ତ୍ତି ରଖିବା ଶୁଭ ହୋଇଥାଏ ।
– ଘରେ ମାତା ଲକ୍ଷ୍ମୀଙ୍କ ପଦ୍ମ ଉପରେ ବିରାଜମାନ କରିଥିବା ମୂର୍ତ୍ତି ରଖିବା ଦ୍ୱାରା ସକରାତ୍ମକ ଶକ୍ତିର ପ୍ରଭାବ ପଡେ । ଯାହାଦ୍ୱାରା ଦାମ୍ପତ୍ୟ ଜୀବନରେ ଖୁସୀ ଆସିଥାଏ ।
– ଦୋକାନରେ ଚାନ୍ଦୀରେ ନିର୍ମିତ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖିବା ଦ୍ୱାରା ବ୍ୟବସାୟରେ ଲାଭ ହୋଇଥାଏ ।
– ହାତି ଉପରେ ଯାତ୍ରା କରୁଥିବା ମାତା ଲକ୍ଷ୍ମୀଙ୍କ ଫଟୋକୁ ଘରେ ରଖିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ଏବଂ ବ୍ୟକ୍ତି ସମୃଦ୍ଧିଶାଳୀ ହୋଇଥାନ୍ତି ।
– ଘରେ ମାତା ଲକ୍ଷ୍ମୀଙ୍କ ଅଷ୍ଟଧାତୁ ମୂର୍ତ୍ତି ରଖିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ।