ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ । ଏହି ମାସରେ ମହାଦେବଙ୍କୁ ବିଧି ବିଧାନ ସହ ପୂଜା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଶ୍ରାବଣ ମାସରେ ବ୍ରତ ରଖିବାର ବିଶେଷ ମହତ୍ୱ ରହିଛି । ବ୍ରତ ରଖିବାର କିଛି ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତି ହେବ ।
ଶ୍ରାବଣ ସୋମବାର ବ୍ରତ ଦିନ ବ୍ରହ୍ମ ମୁହୂର୍ତ୍ତରେ ପାଣିରେ ଗଙ୍ଗାଜଳ ପକାଇ ସ୍ନାନ କରନ୍ତୁ । ଏହାପରେ ସ୍ୱଚ୍ଛ ବସ୍ତ୍ର ପିନ୍ଧି ବ୍ରତର ସଂକଳ୍ପ ନିଅନ୍ତୁ । ଶିବ ମନ୍ଦିରରେ ଜଳରେ ଗଙ୍ଗାଜଳ ମିଶାଇ ଶିବଲିଙ୍ଗରେ ଜଳାଭିଶେକ କରନ୍ତୁ । ଏହାପରେ ପଞ୍ଚାମୃତ ଚଢାନ୍ତୁ । ଧଳା ଚନ୍ଦନରେ ଶିବଲିଙ୍ଗରେ ଡାହାଣ ହାତର ତିନି ଅଙ୍ଗୁଳିରେ ତ୍ରିପୁଣ ବନାନ୍ତୁ । ଏହାସହ ଅନ୍ୟ ପୂଜା ସାମଗ୍ରୀ ଅର୍ପିତ କରନ୍ତୁ । ବ୍ରତ କରିବା ପରେ ଭଗବାନ ଗଣେଶ, ଭଗବାନ ଶିବ ,ମାତା ପାର୍ବତୀ ଏବଂ ନନ୍ଦୀକୁ ପୂଜା କରନ୍ତୁ । ଏହାପରେ ସୋମବାର ବ୍ରତ କଥା ଶୁଣନ୍ତୁ । ଏହାଦ୍ୱାରା ମହାଦେବଙ୍କ ପ୍ରସନ୍ନ ହେବା ସହ ମନସ୍କାମନା ପୂରଣ କରିବେ ।