ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ମହଙ୍ଗା ଯୁଗରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟଙ୍କାର ଆବଶ୍ୟକତା ରହିଛି । ବିନା ଟଙ୍କାରେ କୌଣସି ଜିନିଷ ସମ୍ଭବ ନୁହେଁ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଅଧିକ ମାତ୍ରାରେ ଟଙ୍କା ଉପାର୍ଜନ କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଟଙ୍କା ମାମଲାରେ ପ୍ରତ୍ୟେକଙ୍କ ଭାଗ୍ୟ ଭଲ ନଥାଏ । ଅନେକ ଥର ନିଜ ପାଖକୁ ଟଙ୍କା ଆସିବା ମଧ୍ୟ ଭାଗ୍ୟ ଉପରେ ନିର୍ଭର କରିଥାଏ । ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ଘରେ ଟଙ୍କାର ଅଭାବ ଦେଖାଦେବ ନାହିଁ ।
ଆପଣମାନେ ସମସ୍ତେ ଜାଣିଥିବେ ହିନ୍ଦୁଧର୍ମରେ ମାତା ଲକ୍ଷ୍ମୀଙ୍କୁ ଧନଦେବୀ ବୋଲି କୁହାଯାଏ । ଯେଉଁ ବ୍ୟକ୍ତି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାରେ ସଫଳ ହୋଇଯାନ୍ତି, ସେମାନଙ୍କର କଦାପି ଧନର ଅଭାବ ହୁଏ ନାହିଁ । ଖାସ୍ କରି ଯେଉଁ ଘରେ ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ସେହି ଘର ଧନ୍ୟ ହୋଇଯାଏ । ସେହି ଘରେ ରହୁଥିବା ବ୍ୟକ୍ତିଙ୍କ ଭାଗ୍ୟ ଚମକି ଯାଇଥାଏ । ଏହାସହିତ ବ୍ୟକ୍ତିଙ୍କୁ ଧନ ଉପାର୍ଜନ କରିବାର ଅନେକ ଉପାୟ ମଧ୍ୟ ପ୍ରାପ୍ତ ହୋଇଥାଏ । ସେଥିପାଇଁ ଆମେ ଆପଣଙ୍କୁ ମା ଲକ୍ଷ୍ମୀଙ୍କ ଉପାୟ ବିଷୟରେ କହିବାକୁ ଯାଉଛି ।
ମାତା ଲକ୍ଷ୍ମୀଙ୍କର ଏହି ଉପାୟ ଶୁକ୍ରବାର ଦିନ କରିବା ଉଚିତ୍ । କାରଣ ଶୁକ୍ରବାର ହେଉଛି ମାତା ଲକ୍ଷ୍ମୀଙ୍କ ବାର । ସେଥିପାଇଁ ଶୁକ୍ରବାର ଦିନ ସକାଳୁ ଉଠି ସ୍ନାନ କରନ୍ତୁ । ଏହାପରେ ତିନୋଟି ଓସ୍ତ ପତ୍ର ଆଣିବା ପରେ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ଏକ ଲାଲ ରଙ୍ଗର କପଡା ବିଛାଇ ଦିଅନ୍ତୁ । ସେହି କପଡା ଉପରେ ତିନୋଟି ଓସ୍ତ ପତ୍ର ରଖନ୍ତୁ । ପ୍ରଥମ ପତ୍ରରେ ଚାଉଳ,ଦ୍ୱିତୀୟ ପତ୍ର ଉପରେ ୧୦ ଟଙ୍କିଆ ମୁଦ୍ରା ବା ଚାନ୍ଦୀ ମୁଦ୍ରା ଏବଂ ତୃତୀୟ ପତ୍ର ଉପରେ ପ୍ରସାଦ ରଖନ୍ତୁ । ଏହାପରେ ମାଙ୍କ ସମ୍ମୁଖରେ ଦୀପ ଜଳାଇବା ପରେ ଆଳତୀ କରନ୍ତୁ ଏବଂ ମାଙ୍କୁ ମୁଣ୍ଡାଇ ମାରି ନିଜ ସମସ୍ୟା ଜଣାନ୍ତୁ । ଏହାପରେ ଓସ୍ତ ପତ୍ର ଉପରେ ଥିବା ଚାଉଳକୁ କାଉଙ୍କୁ ଖାଇବାକୁ ଦେଇଦିଅନ୍ତୁ, ମୁଦ୍ରାକୁ ଆଲମିରାରେ ରଖିଦିଅନ୍ତୁ ଏବଂ ପ୍ରସାଦକୁ ଘରର ସଦସ୍ୟ ମିଶି ସେବନ କରନ୍ତୁ । ଧ୍ୟାନ ରଖିଥିବେ କି ଏହି ପ୍ରସାଦ ଯେପରି ବାହାର ଲୋକ ସେବନ ନକରିବେ । ଶେଷରେ ଲାଲ କପଡା ଏବଂ ଓସ୍ତ ପତ୍ରକୁ ନଦରେ ଭସାଇ ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବା ସହ କୃପା ଲାଭ ହେବ ।