ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରବିବାର ସୂର୍ଯ୍ୟଦେବଙ୍କୁ ସମର୍ପିତ କରାଯାଇଛି । କୁହାଯାଏ କି ଏହିଦିନ ସୂର୍ଯଦେବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ସେଥିପାଇଁ ରବିବାର ଦିନ ସୂର୍ଯ୍ୟଦେବଙ୍କ ବ୍ରତ ଏବଂ ପୂଜା ସର୍ବଶ୍ରେଷ୍ଠ ହୋଇଥାଏ । କାରଣ ଏହି ବ୍ରତ କରିବା ଦ୍ୱାରା ସୁଖ ଏବଂ ଶାନ୍ତି ମିଳିଥାଏ । ତେବେ କିଭଳି କରିବେ ଏହି ବ୍ରତ ଏବଂ ପୂଜା ।
ଆଶ୍ୱିନ ମାସ ଶୁକ୍ଳ ପକ୍ଷରେ ରବିବାର ବ୍ରତ ଆରମ୍ଭ କରାଯାଇଥାଏ । ଶୁକ୍ଳପକ୍ଷର ଯେଉଁଦିନ ପ୍ରଥମ ରବିବାର ପଡେ ସେହିଦିନ ବ୍ରତ ଆରମ୍ଭ ହୋଇଥାଏ । ବ୍ରତ ସମୟରେ ଗୋଟେ ଥର ଭୋଜନ କରିବା ଉଚିତ୍ । ଏହାସହିତ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଉଚିତ୍ । ଏହି ବ୍ରତକୁ ଗୋଟେ ବର୍ଷ ବା ପାଞ୍ଚ ବର୍ଷ କରିବା ଶୁଭ ହାଇଥାଏ ।
ବ୍ରତ ଦିନ ସକାଳୁ ଉଠି ନିତ୍ୟ କର୍ମ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ । ଏହାପରେ ଏକ ତମ୍ବା ଢାଳରେ ଜଳ ନେଇ ସେଥିରେ ଲାଲ ରଙ୍ଗର ଫୁଲ , ଚାଉଳ ପକାଇ ପ୍ରସନ୍ନ ମନରେ ସୂର୍ଯ୍ୟ ମନ୍ତ୍ର ଜପ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଉଚିତ । ଏହି ଅର୍ଘ୍ୟ ଦାନରେ ଭଗବାନ ସୂର୍ଯ୍ୟ ପ୍ରସନ୍ନ ହୋଇ ଆୟୁ, ଆରୋଗ୍ୟ, ଧନ , ଧାନ୍ୟ, ପୁତ୍ର ମିତ୍ର, ତେଜ , ମିତ୍ର, ଯଶ, ବିଦ୍ୟା, ବୈଭବ ଏବଂ ସୌଭାଗ୍ୟ ପ୍ରଦାନ କରିଥାନ୍ତି ।