ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ପୂଜାପାଠର ବିଶେଷ ମହତ୍ୱ ରହିଛି । ବେଦ ପୂରାଣ ଅନୁସାରେ ହିନ୍ଦୁମାନଙ୍କର ୩୩ କୋଟି ଦେବା-ଦେବୀ ଅଛନ୍ତି । ସମସ୍ତ ଦେବା-ଦେବୀଙ୍କର ପୂଜା ଭିନ୍ନ ଭିନ୍ନ ଢଙ୍ଗରେ ହୋଇଥାଏ । ଏହି ସବୁ ମଧ୍ୟରେ ସାଧାରଣ ହେଉଛି ଘଣ୍ଟି ବଜାଇବା । ଘରେ ହେଉ ବା ମନ୍ଦିର ଭଗବାନଙ୍କୁ ପୂଜା କଲାବେଳେ ସବୁଠି ଘଣ୍ଟି ବଜାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଘଣ୍ଟି ବଜାଇବାରେ ଧାର୍ମିକ କାରଣ ରହିବା ସହିତ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଘଣ୍ଟି ବଜାଇବାର ବିଶେଷତ୍ୱ ।
ବୈଜ୍ଞାନିକ କାରଣ : ମନ୍ଦିର ହେଉ ବା ଘର, ପୂଜା କରିବା ସମୟରେ ଘଣ୍ଟି ବଜାଯାଇଥାଏ । ଏହା ପଛରେ ଧାର୍ମିକ କାରଣ ସହିତ ବୈଜ୍ଞାନିକ ପ୍ରଭାବ ମଧ୍ୟ ରହିଛି । ବୈଜ୍ଞାନିକଙ୍କ କହିବାନୁଯାୟୀ, ପୂଜା ସମୟରେ ଯେତେବେଳେ ଘଣ୍ଟି ବଜା ଯାଇଥାଏ ସେତେବେଳେ ଏକ କମ୍ପନ ସୃଷ୍ଟି ହୋଇଥାଏ । ଯାହା ବାୟୁମଣ୍ଡଳ କାରଣରୁ ବହୁ ଦୂର ପର୍ଯ୍ୟନ୍ତ ଶୁଭାଯାଇଥାଏ । ଏହ କମ୍ପନର ଫାଇଦା ଏଭଳି ହୋଇଥାଏ କି ଏହା ଦ୍ୱାରା ଜୀବାଣୁ ,କୀଟାଣୁ ଏବଂ ସୂକ୍ଷ୍ମ ଜୀବ ଆଦି ନଷ୍ଟ ହୋଇଯାଇଥାନ୍ତି । ଯାହାଫଳରେ ଆଖପାଖର ବାତାବରଣ ସୁଦ୍ଧ ରହିଥାଏ ।
ଯେଉଁ ସ୍ଥାନରେ ସର୍ବଦା ଘଣ୍ଟି ବାଜିବାର ଶଦ୍ଧ ଶୁଣାଯାଇଥାଏ, ସେଠାକାର ବାତାକରଣ ଶୁଦ୍ଧ ଏବଂ ପବିତ୍ର ରହିଥାଏ । ସେହି କାରଣରୁ ଲୋକମାନେ ତାଙ୍କ ଦ୍ୱାରବନ୍ଧରେ ୱିଂଡ ଚାଇମସ୍ ଲଗାଇଥାନ୍ତି । ଏହାର ଧ୍ୱନିରେ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
ଧାର୍ମିକ କାରଣ: ସକରାତ୍ମକ ଶକ୍ତିର ସଂଚାର ହୋଇଥାଏ । ଘଣ୍ଟିର ମନମୋହକ ଏବଂ କର୍ଣ୍ଣପ୍ରିୟ ଧ୍ୱନି ମନ-ମସ୍ତିଷ୍କକୁ ଆଧ୍ୟାତ୍ମିକ ଆଡକୁ ଟାଣିଥାଏ । ଏହା ଫଳରେ ଶାନ୍ତି ଅନୁଭବ ହୋଇଥାଏ । କୁହାଯାଏ କି ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ମାନବର ପୂର୍ବ ଜନ୍ମର ପାପ ଧୋଇ ହୋଇଯାଇଥାଏ । ବିଶ୍ୱାସ ରହିଛି କି ଯେତେବେଳେ ସୃଷ୍ଟିର ପ୍ରାରମ୍ଭ ହୋଇଥିଲା, ସେତେବେଳେ ଏକ ଶଦ୍ଧ ଶୁଣିବାକୁ ମିଳିଥିଲା । ଠିକ୍ ସେହି ଶଦ୍ଧ ଘଣ୍ଟି ବଜାଇବାରେ କାନରେ ଗୁଂଜରିତ ହୋଇଥାଏ । ଏହି ବ୍ୟତୀତ ଏହି ଶଦ୍ଧ ଓଁକାର ଉଚ୍ଚାରଣ କରିବା ଦ୍ୱାରା ବି ହୋଇଥାଏ ।