ଭୁବନେଶ୍ୱର (ଏଟିଆର ବ୍ୟୁରୋ); ହିନ୍ଦୁଧର୍ମରେ ପୂଜା-ପାଠର ବିଶେଷ ମହତ୍ୱ ରହିଛି । ଏହାସହିତ ମନ୍ଦିରର ଦ୍ୱାର ଏବଂ ବିଶେଷ ସ୍ଥାନରେ ଘଣ୍ଟି ଟଙ୍ଗା ଯାଇଥାଏ । ପ୍ରାଚୀନ ।ଳରୁ ଏହି ଘଣ୍ଟି ଲଗାଯିବା ପ୍ରଥା ପ୍ରଚଳନ ହୋଇ ଆସୁଛି । ଭକ୍ତଟିଏ ମନ୍ଦିରକୁ ପ୍ରବେଶ କଲା ପରେ ପ୍ରଥମେ ଘଣ୍ଟି ବଜାଇଥାଏ । କିନ୍ତୁ ଆପଣମାନେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ମନ୍ଦିରରେ ଘଣ୍ଟି ଟଙ୍ଗାଯିବା ପଛର କାରଣ କଣ । ତେବେ ଆସନ୍ତୁ ଜାଣିବା..
ଧାର୍ମିକ ମାନ୍ୟତାନୁସାରେ ଘଣ୍ଟି ବଜାଇବା ଦ୍ୱାରା ମନ୍ଦିରେ ଦେବା-ଦେବୀମାନେ ଜାଗୃତ ହୋଇ ଯାଆନ୍ତି । ଏହାପରେ ତାଙ୍କ ପୂଜା ଏବଂ ଆରାଧନା ଅଧିକ ଫଳଦାୟୀ ଏବଂ ପ୍ରଭାବଶାଳୀ ହୋଇଥାଏ । ଏହାସହିତ ଘଣ୍ଟି ଧ୍ୱନିରେ ମନରେ ଆଧ୍ୟାତ୍ମିକ ଏବଂ ଶାନ୍ତି ଅନୁଭବ ହୋଇଥାଏ ।
ମନ୍ଦିରରେ ସକାଳ ଓ ସନ୍ଧ୍ୟାରେ ଏକ ଲୟରେ ଘଣ୍ଟି ବଜା ଯାଇଥାଏ । ଏହାଦ୍ୱାରା ମନ୍ଦିରର ଉପସ୍ଥିତ ଥିବା ଲୋକଙ୍କୁ ଶାନ୍ତି ଏବଂ ଆଧ୍ୟତ୍ମିକ ଅନୁଭବ ହୋଇଥାଏ ।