ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶାସ୍ତ୍ର ଅନୁଯାୟୀ କୌଣସି ପୂଜା ପରେ ଭଗବାନଙ୍କୁ ଭୋଗ ଲଗାଇବା ଜରୁରୀ ହୋଇଥାଏ । ଏହାପରେ ଯାଇ ପୂଜା ସମ୍ପର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଭଗବାନଙ୍କୁ କାହିଁକି ଭୋଗ ଲଗାଯାଇଥାଏ । ଅନେକ ପରିବାରରେ ଭୋଜନ ପୂର୍ବରୁ ଭଗବାନଙ୍କୁ ଭୋଗ ଲଗାଇବାର ପରମ୍ପରା ରହିଛି ।
ଧାର୍ମିକ ଗ୍ରନ୍ଥନୁସାରେ ଭଗବାନଙ୍କୁ ଭୋଗ ଲଗାଇବା ଦ୍ୱାରା ବ୍ୟକ୍ତି ବୀନିତ ସ୍ୱଭାବର ହୋଇଥାନ୍ତି, ନିର୍ମଳ ଚିତ ହେବା ସହ ବ୍ୟକ୍ତିଙ୍କର ଅଂହକାର କମ ହୋଇଥାଏ । ଏହାସହିତ ବ୍ୟକ୍ତିଙ୍କଠାରେ ତ୍ୟାଗ ଏବଂ ଦାନର ଭାବନା ଯୋଡି ହୋଇଯାଏ । ଯଦି ଆପଣ କୌଣସି ଲଡ୍ଡୁ କିଣିଥାନ୍ତି ତେବେ ତାକୁ ନିଜେ ଖାଇଥାନ୍ତି ବା ନିଜ ପରିଜନକୁ ଖାଇବାକୁ ଦେଇଥାନ୍ତି । କିନ୍ତୁ ଯେତେବେଳେ ସେହି ଲଡ୍ଡୁ ପ୍ରସାଦ ହୋଇଯାଏ ସେତେବେଳେ ଆପଣ ତାକୁ ଅଧିକାଂଶ ଲୋକଙ୍କୁ ଖାଇବାକୁ ଦେଇଥାନ୍ତି ଏବଂ ଦେବା ପାଇଁ ପ୍ରୟାସ କରିଥାନ୍ତି ।