ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଯେଉଁ ସବୁ ପର୍ବ ରହିଛି ସେଥିମଧ୍ୟରୁ ଦୀପାବଳୀ ଅନ୍ୟତମ । ଦୀପାବଳୀର ପରଦିନ ଗୋବର୍ଦ୍ଧନ ପୂଜା କରାଯାଏ । ଏହି ଦିନର ଖୁବ୍ ମହତ୍ୱ ରହିଛି । ଲୋକେ ଏହି ପୂଜାକୁ ଅନ୍ନକୁଟ ନାମରେ ଜାଣିଥାନ୍ତି । ଗୋବର୍ଦ୍ଧନ ପୂଜାରେ ଗୋମାତାଙ୍କ ପୂଜା କରାଯାଏ । ଶାସ୍ତ୍ରରେ ମଧ୍ୟ ଏହି ପୂଜା ବିଷୟରେ ଉଲ୍ଲେଖ କରାଯାଇଛି କାରଣ ଏହାର ଆରମ୍ଭ ଦ୍ୱାପର ଯୁଗରୁ ହିଁ ହୋଇଥିଲା ।
ଶାସ୍ତ୍ର ଅନୁଯାୟୀ ଗାଈକୁ ମା’ ଲକ୍ଷ୍ମୀଙ୍କ ସ୍ୱରୁପ ବୋଲି କୁହାଯାଇଥାଏ । ଗୋବର୍ଦ୍ଧନ ପୂଜା ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ପରେ ଦ୍ୱାପର ଯୁଗରେ ଆରମ୍ଭ ହୋଇଥିଲା । ଏହି ପୂଜା କାର୍ତ୍ତିକ ଶୁକ୍ଳ ପକ୍ଷ ପ୍ରତିପଦା ଦିନ କରାଯାଏ ।
ଗୋବର୍ଦ୍ଧନ ପୂଜାର ସମ୍ବନ୍ଧ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରହିଛି, ଏହାର ଆରମ୍ଭ ଦ୍ୱାପରରୁ ହିଁ ହୋଇଥିଲା । କିନ୍ତୁ ବୃନ୍ଦାବନବାସୀ ଇନ୍ଦ୍ରଦେବଙ୍କର ପୂଜା କରୁଥିଲେ । ସେତେବେଳେ ଭଗବାନ କହିଥିଲେ କି ତୁମ୍ଭେମାନେ ସମସ୍ତେ ଇନ୍ଦ୍ରଙ୍କ ପୂଜା କରୁଛ କୌଣସି ଲାଭ ପ୍ରାପ୍ତ ହେବ ନାହିଁ । ଲାଭ ପ୍ରାପ୍ତ କରିବାକୁ ହେଲେ ତୁମେମାନେ ଗୋଧନକୁ ସମର୍ପିତ ଗୋବର୍ଦ୍ଧନ ପର୍ବତ ଉପରକୁ ଯାଇ ପୂଜା କର । ଶ୍ରୀକୃଷ୍ଣଙ୍କ କଥା ମାନି ଲୋକେ ଇନ୍ଦ୍ରଙ୍କ ପୂଜା ଛାଡି ଗୋବର୍ଦ୍ଧନ ପୂଜା ଆରମ୍ଭ କରିଦେଲେ କିନ୍ତୁ ଇନ୍ଦ୍ରଦେବଙ୍କୁ ଏହା ବିଲକୁଲ ପସନ୍ଦ ଆସିଲା ନାହିଁ । ସେ କ୍ରୋଧିତ ହୋଇ ପ୍ରବଳ ବର୍ଷା କରାଇବା ସହ ଲୋକଙ୍କୁ ଡରାଇବାକୁ ପ୍ରୟାସ କରିଥିଲେ ।
ଯେତେବେଳେ ଇନ୍ଦ୍ରଦେବ ଲୋକଙ୍କ ଡରାଇବା ପାଇଁ ଭୟଙ୍କର ବର୍ଷା କଲେ ସେତେବେଳେ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କର ଏହି ମୁର୍ଖତା ଉପରେ ହସିବାରେ ଲାଗିଲେ । ଶ୍ରୀକୃଷ୍ଣ ତାଙ୍କ ଅଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଉଠାଇ ଥିଲେ । ଇନ୍ଦ୍ରଦେବ ଲଗାତର ସାତ ଦିନ ଯାଏଁ ବର୍ଷା କରିଥିଲେ ଏବଂ ସେହି ଗୋବର୍ଦ୍ଧନ ପର୍ବତ ତଳେ ଲୋକେ ସାତ ଦିନ ଯାଏଁ ଆଶ୍ରୟ ନେଇଥିଲେ । ଏହାପରେ ବ୍ରହ୍ମା , ଇନ୍ଦ୍ରଦେବଙ୍କୁ କହିଥିଲେ କି ପୃଥିବୀରେ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣଙ୍କ ରୂପରେ ଜନ୍ମ ନେଇଛନ୍ତି ଏବଂ ତୁମେ ତାଙ୍କ ସହ ଲଢୁଛ । ଯେତେବେଳେ ଏକଥା ଇନ୍ଦ୍ର ଜାଣିଲେ ସେ ତାଙ୍କ କର୍ମ ପାଇଁ ପଶ୍ଚ୍ୟାତାପ କରିବା ସହ ଭଗବାନ କୃଷ୍ଣଙ୍କୁ କ୍ଷମା ମାଗିଲେ । ତାପରେ ଶ୍ରୀକୃଷ୍ଣ ବୃନ୍ଦାବନବାସୀଙ୍କୁ ପ୍ରତ୍ୟେକ ବର୍ଷ ଆନନ୍ଦ ଉଲ୍ଲାସର ସହ ଗୋବର୍ଦ୍ଧନ ଉତ୍ସବ ପାଳନ କରିବା ପାଇଁ କହିଥିଲେ ।
ଏହି ଉତ୍ସବ ଖୁସିର ଉତ୍ସବ । ଏହି ଦିନ ଯେଉଁ ବ୍ୟକ୍ତି ଦୁଃଖୀ ରହେ ସେ ପୂରା ବର୍ଷ ଯାଏଁ ଦୁଃଖୀ ଏବଂ ଯିଏ ସୁଖୀ ରୁହେ ବର୍ଷସାରା ସୁଖରେ ରୁହେ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ପ୍ରତ୍ୟେକ ବର୍ଷ ଗୋବର୍ଦ୍ଧନ ପୂଜା କରାଯାଏ ।