ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ପୂଜା କିମ୍ବା କୌଣସି ଧାର୍ମିକ ଅନୁଷ୍ଠାନରେ ବିଭିନ୍ନ ପୁଜା ସାମଗ୍ରୀ ବ୍ୟବହାର କରାଯାଇଥାଏ । ଏହା ସହିତ ପାଣି, ଫୁଲ, ଦୀପ,ଘଣ୍ଟି, ଶଙ୍ଖ, ଆସନ ଏବଂ କଳସ ଆଦି । ଯାହାର ବିଶେଷ ମହତ୍ୱ ରହିଛି ।
ଭାରତୀୟ ସଂସ୍କୃତିରେ କୌଣସି ପୂଜା, ବିବାହ ,ଏବଂ ବ୍ରତ ଆଦିରେ ପ୍ରାରମ୍ଭରୁ କଳସ ସ୍ଥାପନା କରାଯାଇଥାଏ । ‘କଳସ’କୁ ବ୍ରହ୍ମାଣ୍ଡର ପ୍ରତୀକ କୁହାଯାଇଥାଏ, କାରଣ ବ୍ରହ୍ମାଣ୍ଡର ଆକାର କଳସ ସଦୃଶ୍ୟ । ଏଥିରେ ସମସ୍ତ ସୃଷ୍ଟିର ସମାବେଶ ଯେପରିକି ଦେବୀ-ଦେବତା, ନଦୀ, ପର୍ବତ ଏବଂ ତୀର୍ଥ ସ୍ଥାନ ଆଦି ରହିଛି ।
କଳସ ସ୍ଥାପନାର କିଛି ନିୟମ ରହିଛି । ଏହାକୁ ପୂଜା ଘରର ଐଶାନ୍ୟ କୋଣରେ ସ୍ଥାପନା କରନ୍ତୁ । ପୂଜା ସ୍ଥାନରେ ପିତଳ କଳସ ସ୍ଥାପନା କରିବା ଉଚିତ୍ । ନଚେତ୍ ଆପଣ ପୂଜାରେ ମାଟି କଳସ ମଧ୍ୟ ବ୍ୟବହାର କରି ପାରିବେ ।