ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗକୁ ଆସୁଛି ଗଣେଶ ପୂଜା । ଗଣେଶ ମହାପ୍ରଭୁଙ୍କର ପ୍ରିୟ ପ୍ରସାଦ ହେଉଛି ମୋଦକ । ସେ ତାଙ୍କର ଗୋଟେ ହାତରେ ମୋଦକ ଧାରଣ କରିଥାନ୍ତି । ମୋଦକକୁ ମହାବୁଦ୍ଧିର ପ୍ରତିକ ବୋଲି କୁହାଯାଇଥାଏ ।
ଶାସ୍ତ୍ର ଅନୁଯାୟୀ ମା’ ପାର୍ବତୀଙ୍କୁ ଦେବତାମାନେ ଅମୃତରେ ପ୍ରସ୍ତୁତ ହୋଇଥିବା ଏକ ମୋଦକ ଦେଇଥିଲେ । ସେହି ମୋଦକ ଦେଖି ପାର୍ବତୀଙ୍କ ଦୁଇ ପୁତ୍ର ତାଙ୍କୁ ମାଗିବାରେ ଲାଗିଲେ । ସେଠାରେ ମା’ ପାର୍ବତୀ ମୋଦକର ପ୍ରଭାବ ବର୍ଣ୍ଣନା କରି କହିଥିଲେ ଯେ ତୁମ ଦୁଇ ଜଣଙ୍କ ମଧ୍ୟରୁ ଯିଏ ଧର୍ମାଚରଣ ଦ୍ୱାରା ଶ୍ରେଷ୍ଠତା ପ୍ରାପ୍ତ କରି ଆସିବ, ତାକୁ ମୁଁ ମୋଦକ ଦେବି ।
ମା’ଙ୍କର ଏହି କଥା ଶୁଣି କାର୍ତ୍ତିକ ମୟୂର ଉପରେ ବସି କିଛି କ୍ଷଣ ମଧ୍ୟରେ ସମସ୍ତ ତୀର୍ଥ ସ୍ଥାନରେ ସ୍ନାନ କରି ଆସିଲେ । ଏପଟେ ଲମ୍ବୋଦରଧାରୀ ଗଣେଶ ମାତା-ପିତାଙ୍କ ପରିକ୍ରମା କରି ପିତାଙ୍କ ସାମ୍ନାରେ ଠିଆ ହୋଇଗଲେ । ସେତେବେଳେ ମା’ ପାର୍ବତୀ କହିଲେ ସମସ୍ତ ତୀର୍ଥରେ କରିଥିବା ସ୍ନାନ ,ଦେବତାମାନଙ୍କୁ କରିଥିବା ନମସ୍କାର, ସମସ୍ତ ବ୍ରତ, ମନ୍ତ୍ର, ଯୋଗ ଆଦି ସମସ୍ତ ସାଧନା ମାତା-ପିତାଙ୍କ ପୂଜାର ସମାନ ହୋଇପାରିବ ନାହିଁ । ସେଥିପାଇଁ ଗଣେଶ ଶହେ ପୁତ୍ର ଏବଂ ଶହେ ଗଣେଶଙ୍କଠାରୁ ଅଧିକ ।ଏହି କାରଣରୁ ଦେବତାଙ୍କ ଦ୍ୱାରା ପ୍ରସ୍ତୁତ ମୋଦକ ମୁଁ ଗଶେଶଙ୍କୁ ହିଁ ଅର୍ପଣ କରୁଛି । ପିତା-ମାତାଙ୍କ ଭକ୍ତି ଯୋଗୁଁ ଗଣେଶଙ୍କୁ ପ୍ରଥମେ ହୋମ ଯଜ୍ଞରେ ପୂଜା କରାଯାଇଥାଏ ।