ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନଙ୍କ ପୂଜାର୍ଚ୍ଚନାରେ ଫୁଲ ଖୁବ୍ ମହତ୍ୱପୂର୍ଣ୍ଣ ଏବଂ ଶୁଭ ହୋଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସୁନ୍ଦରତା ଏବଂ ସୁଗନ୍ଧରେ ଭରପୁର ଫୁଲକୁ ଭଗବାନଙ୍କ ପୂଜାରେ ବ୍ୟବହାର କରିବା ଦ୍ୱାରା ବହୁତ ମନୋହର ହେବା ସହ ପ୍ରତ୍ୟେକ ଇଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଯେଉଁ ଘରେ ଫୁଲ ଗଛ ଥାଏ ସେଠାରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ । ଏହାସହିତ ଜୀବନରେ ସୁଖ ଏବଂ ଶାନ୍ତି ବଳବତ୍ତର ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ ଭଗବାନଙ୍କ ପୂଜାରେ ଫୁଲର ବ୍ୟବହାର ବିଷୟରେ କହିବାକୁ ଯାଉଛୁୂ । ଏହାଦ୍ୱାରା ଆପଣଙ୍କ ଉପରେ ପୂଣ୍ୟ କୃପା ଲାଭ ହେବ ।
ବ୍ୟକ୍ତି ତାଙ୍କ ଜୀବନରେ ସକରାତ୍ମକ ବୃଦ୍ଧି ଏବଂ ସଂଚାର ପାଇଁ ଫୁଲ ବ୍ୟବହାର କରିଥାନ୍ତି । ସେହିପରି ଧାର୍ମିକ ମାନ୍ୟତା ଅନୁଯାୟୀ ଫୁଲର ବ୍ୟବହାର ପୂଜାର୍ଚ୍ଚନା ଏବଂ ଉପାସନା ପାଇଁ କରାଯାଇଥାଏ । ବିଶ୍ୱାସ ରହିଛି କି ଫୁଲ ଦ୍ୱାରା ଇଶ୍ୱରଙ୍କ କୃପା ବ୍ୟକ୍ତ ହୋଇଥାଏ । ବ୍ୟକ୍ତିଙ୍କ ଶ୍ରଦ୍ଧା ଏବଂ ଭାବନାର ପ୍ରତୀକ ହେଉଛି ଫୁଲ । ଏହାସହିତ ଫୁଲ ଦ୍ୱାରା ମଣିଷର ମାନସିକ ସ୍ଥିତି ବିଷୟରେ ଜାଣିହୋଇଥାଏ ।
ଫୁଲ ମାନଙ୍କ ମଧ୍ୟରେ ଅଧିକ ମାତ୍ରାରେ ଗେଣ୍ଡୁ ଫୁଲକୁ ପ୍ରୟୋଗ କରାଯାଇଥାଏ । ଅନେକ ପ୍ରକାରର ଗେଣ୍ଡୁ ଫୁଲ ଥାଏ । କିନ୍ତୁ ହଳଦିଆ ରଙ୍ଗର ଗେଣ୍ଡୁ ଫୁଲ ଅଧିକ ଉପଯୋଗୀ ଏବଂ ମହତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ ରହିଛି । ନିୟମିତ ରୂପେ ଭଗବାନ ବିଷ୍ଣୁଙ୍କୁ ଗେଣ୍ଡୁ ଫୁଲ ମାଳ ଚଢାନ୍ତୁ ଏବଂ ଏହାଦ୍ୱାରା ସନ୍ତାନ ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିବ । ସେହିପରି ଗୋଲାପ ଫୁଲ ସମ୍ପର୍କରେ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ । କିନ୍ତୁ ଜ୍ୟୋତିଷଶାସ୍ତ୍ର ମୁତାବକ ଭଗବାନଙ୍କୁ ଗୋଲାପ ଫୁଲ ଅର୍ପଣ କରିବା ଦ୍ୱାରା ପ୍ରେମ ବିବାହ ଏବଂ ଧନ ସମ୍ପତି ସହ ଜଡିତ ଅନେକ ସମସ୍ୟାରୁ ଛୁଟ୍ କାରା ମିଳିଥାଏ ।
ଜୀବନରେ ଶୁଭ ଆଗମନର ପ୍ରତୀକ ହେଉଛି ପଦ୍ମ ଫୁଲ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଦେବା-ଦେବୀଙ୍କ ପ୍ରିୟ ହେଉଛି ପଦ୍ମ । ଏହି ଫୁଲ ପ୍ରୟୋଗ କରିବା ଦ୍ୱାରା ଅନେକ ମନସ୍କାମନା ପୂରଣ ହୋଇଥାଏ । ଧଳା ରଙ୍ଗର ପଦ୍ମ ସବୁଠାରୁ ପବିତ୍ର ଏବଂ ସର୍ବଶ୍ରେଷ୍ଠ ହୋଇଥାଏ । ନବଗ୍ରହ ଏବଂ ଦୁନିଆର ସମସ୍ତ ଶକ୍ତି ସହ ଏହି ଫୁଲର ସମ୍ବନ୍ଧ ରହିଛି । ପଦ୍ମ ଫୁଲ ଅର୍ପଣ କରିବା ଅର୍ଥ ଇଶ୍ୱରଙ୍କ ଚରଣରେ ନିଜକୁ ଅର୍ପଣ କରିବା । ଯଦି ଆପଣ ନିୟମିତ ୨୭ ଦିନ ଯାଏଁ ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରିବେ ତେବେ ଆପଣଙ୍କୁ ଅଖଣ୍ଡ ରାଜ୍ୟ ସୁଖ ପ୍ରାପ୍ତି ହେବ ।