ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମ ଅନୁଯାୟୀ ନବଗ୍ରହଙ୍କ ପ୍ରଭାବ ଜାତକ ଉପରେ ପଡିଥାଏ । ଏହି ଗ୍ରହଙ୍କ ମଧ୍ୟରେ ନିଜ ନିଜ ଭିତରେ ସମ୍ବନ୍ଧ ଥାଏ ଏବଂ ଏହାଙ୍କ ଶୁଭ ଏବଂ ଅଶୁଭ ପ୍ରଭାବ ଜୀବନରେ ପଡିଥାଏ । ଜ୍ୟୋତିଷଶାସ୍ତ୍ର ଅନୁଯାରେ ସମସ୍ତ ଗ୍ରହର ପ୍ରଭାବ ସହିତ କିଛି ଗ୍ରହ କେବଳ ଅଶୁଭ ପ୍ରଭାବ ପାଇଁ ପ୍ରସିଦ୍ଧ । ଲୋକଙ୍କ କହିବାନୁଯାୟୀ ଗ୍ରହମାନେ କେବଳ ଅସୁବିଧାରେ ପକାଇଥାନ୍ତି । ସେଥିପାଇଁ ଆଜି ଆମେ ରାହୁ ଗ୍ରହ ବିଷୟରେ କହିବାକୁ ଯାଉଛୁ । ରାହୁ ଗ୍ରହ ଯୋଗୁଁ ଜାତକରେ ଖରାପ ପ୍ରଭାବ ପଡିଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାହୁ ଅଶୁର ଅଟନ୍ତି । ସେଥିପାଇଁ ଏହି ଗ୍ରହକୁ ଅଶୁଭ କୁହାଯାଇଥାଏ । ରାହୁକୁ ଆରୋହୀ ବା ଉତ୍ତରଚନ୍ଦ୍ର ଦେବାତା ବୋଲି କୁହାଯାଇଥାଏ । ରାହୁ ରାକ୍ଷସ ପକ୍ଷର ମୁଖ୍ୟ ଅଟନ୍ତି । ଶାସ୍ତ୍ର ଅନୁସାରେ ରାହୁଙ୍କ ଯୋଗୁଁ ସୂର୍ଯ୍ୟ ଏବଂ ଚନ୍ଦ୍ରମାରେ ଗ୍ରହଣ ଲାଗିଥାଏ ।
ଯଦି ରାହୁ ଗ୍ରହକୁ ଚିତ୍ର ମାଧ୍ୟମରେ ଦର୍ଶାଯିବ ତେବେ ଏହାକୁ ଡ୍ରାଗନର ରୂପ ଦିଆଯାଇଥାଏ । ଏହି ଚିତ୍ରରେ ରାହୁଙ୍କ ମୁଣ୍ଡ ନଥାଏ ଏବଂ ୮ଟି କଳା ଘୋଡାର ସବାରିରେ ବସିଥିବାର ଦେଖିବାକୁ ମିଳିଥାଏ ।
ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ରାହୁ ଦୋଷ ଅଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ଉଷୁମ ପାଣିରେ ଲୁଣ ମିଶାଇ ହାତ ଗୋଡ ଧାଇକି ଶୁଅନ୍ତୁ । ଏହାବ୍ୟତୀତ ଆପଣ ଘରେ ପଥର ଖଣ୍ଡ ଅବା ବତୀ ରଖିପାରିବେ । ଏଭଳି କରିବା ଦ୍ୱାରା ଅଶୁଭ ପ୍ରଭାବରୁ ମୁକ୍ତି ମିଳିଥାଏ ।