ଭୁବନେଶ୍ୱର (ଏଟିଆର ବ୍ୟୁରୋ):ହିନ୍ଦୁଧର୍ମରେ ଏଭଳି ଅନେକ ମାନ୍ୟତା ରହିଛି ଯାହା ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି । ଯିଏ ବି ପ୍ରାଚୀନ ଏବଂ ସନାତନ ମାନ୍ୟତାରେ ବର୍ଣ୍ଣିତ ସେ ହିଁ ପ୍ରକୃତିର ଅନୁକୂଳ ଏବଂ ବିଜ୍ଞାନ ସମ୍ମାନ । କିନ୍ତୁ ବର୍ତ୍ତମାନ ଯୁଗରେ ଲୋକେ ବୈଜ୍ଞାନିକ ପକ୍ଷ ପ୍ରତି ଆଧାର ନକରି ଧାର୍ମିକ ପକ୍ଷକୁ ଆପଣାଉଛନ୍ତି । ଯେଉଁଥି ପାଇଁ ପ୍ରକୃତିଠାରୁ ଦୂରେଇ ଯାଉଛନ୍ତି ।
ହିନ୍ଦୁଧର୍ମରେ କିଛି ମାନ୍ୟତା ଅଛି ଯାହାକୁ ଆପଣାଇଲେ ଲୋକେ ଲାଭବାନ୍ ହୋଇପାରିବେ । ସେଥିମଧ୍ୟରୁ ଏକ ମାନ୍ୟତା ହେଉଛି ଶଙ୍ଖ । ସନ୍ଧ୍ୟା ଆଳତୀ ସମୟରେ ଶଙ୍ଖ ଫୁଙ୍କିବାର ଖୁବ୍ ମହତ୍ୱ ରହିଛି । ପ୍ରକୃତରେ ସମୁଦ୍ରରୁ ଶଙ୍ଖ ମିଳିଥାଏ । ବିଭିନ୍ନ ଆକାରର ଶଙ୍ଖର ଭିନ୍ନ ଭିନ୍ନ ମହତ୍ୱ ରହିଛି ।
ସନ୍ଧ୍ୟା ସମୟରେ ଶଙ୍ଖନାଦ କରିବା ଦ୍ୱାରା ବାତାବରଣରେ ଥିବା କୀଟାଣୁ ମରିଯାଇଥାନ୍ତି । ଯେଉଁ ସ୍ଥାନ ପର୍ଯ୍ୟନ୍ତ ଶଙ୍ଖର ଧ୍ୱନି ଶୁଣାଯାଇଥାଏ ସେପର୍ଯ୍ୟନ୍ତ କୌଣସି ଖରାପ ପ୍ରଭାବ ପଡେନାହିଁ । ଏହାସହିତ ଯେଉଁ ବ୍ୟକ୍ତି ଶଙ୍ଖ ଫୁଙ୍କିଥାନ୍ତି ତାଙ୍କର ସ୍ନାୟୁତନ୍ତ୍ରରେ କୌଣସି ଗଡବଡ ହୋଇନଥା ଏ । ଶଙ୍ଖରେ ଜଳ ଭର୍ତ୍ତି କରି ପୂଜା କରିବା ଏବଂ ସେହି ଜଳକୁ ଘରର ଚର୍ତ୍ତୁପାଶ୍ୱର୍ରେ ଛିଞ୍ଚିବା ଦ୍ୱାରା ଶୁଭ ହୋଇଥାଏ । ଶଙ୍ଖରେ କ୍ୟାଲସିୟମ, ଫସଫରସ, ଗନ୍ଧକ ଥାଏ ଯାହା ଜଳରେ ମିଶି ଆସିଥାଏ ।