(ଏଟିଆର ବ୍ୟୁରୋ): ସମସ୍ତ ସମସ୍ୟା ତଥା ଚିନ୍ତାରୁ ମୁକ୍ତି ପାଇଁ ପ୍ରତ୍ୟେକ ବ୍ୟକ୍ତି ଭଗବାନଙ୍କ ସାହାରା ନେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ହିନ୍ଦୁ ଧର୍ମରେ ମନ୍ତ୍ର ଜପିବା ଦ୍ୱାରା ଚିନ୍ତା ଦୂର ହୋଇଯାଏ । ସେହିପରି ସୋମବାର ଭୋଳାନାଥଙ୍କ ମନ୍ତ୍ର ଓଁ ନମଃ ଶିବାୟ ଜପିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ । ଆତ୍ମା ଶୁଦ୍ଧି, ଚିନ୍ତି ଏବଂ ମୁକ୍ତି ପାଇବା ପାଇଁ ମନ୍ତ୍ର ହେଉଛି ସହଜ ଉପାୟ । ମନ୍ତ୍ର ଜପିବା ଦ୍ୱାରା ଏକ କମ୍ପନ୍ନ ଉତ୍ପନ୍ନ ହୋଇଥାଏ । ଯାହା ଜୀବନକୁ ସକରାତ୍ମକ ପ୍ରଦାନ କରେ । ତେବେ ଆସନ୍ତୁ ଜାଣିବା ଓଁ ନମଃ ଶିବାୟ ର ଶକ୍ତିଶାଳୀ ପ୍ରଭାବ ଏବଂ ମହତ୍ୱ ବିଷୟରେ ।
ଓଁ ନମଃ ଶିବାୟ ହେଉଛି ପଞ୍ଚାକ୍ଷର । ଏହା ପଞ୍ଚ ତତ୍ୱର ପ୍ରତୀକ । ଓଁ ନମଃ ଶିବାୟର ଏହି ପାଞ୍ଚ ତତ୍ୱର ସ୍ୱାମୀ ହେଉଛନ୍ତି ଭଗବାନ ଶିବ । ଓଁ କୁ ବ୍ରହ୍ମାଣ୍ଡର ଧ୍ୱନି ବୋଲି କୁହାଯାଏ । ଓଁ ର ଅର୍ଥ ଶାନ୍ତି ଏବଂ ପ୍ରେମ । ପଞ୍ଚତତ୍ୱର ସାମଞ୍ଜସ୍ୟ ପାଇଁ ଓଁ ନମଃ ଶିବାୟ ଜପ କରାଯାଇଥାଏ । ଏହାକୁ ଜପିବା ଦ୍ୱାରା ବ୍ୟକ୍ତିଙ୍କୁ ନିଜ ପଞ୍ଚତତ୍ୱକୁ ନିୟନ୍ତ୍ରିତ କରିବାରେ ସହାୟତା ମିଳିଥାଏ । ଏହାଦ୍ୱାରା ମନ ଶାନ୍ତି ରହିଥାଏ । ଏହି ମନ୍ତ୍ରକୁ ଜପିବା ଦ୍ୱାରା ଶାରିରୀକ, ମାନସିକ, ଆଧ୍ୟାତ୍ମିକ ଏବଂ ବୌଦ୍ଧିକ ଶାନ୍ତି ମିଳିଥାଏ । ଶରୀରରେ ନୂତନ ଚେତନା ଏବଂ ଶକ୍ତି ଉତ୍ପନ୍ନ ହୋଇଥାଏ ।
ମନ୍ତ୍ର ର ଆଧ୍ୟାତ୍ମିକ ଫାଇଦା:
– ଓଁ ନମଃ ଶିବାୟ ମନ୍ତ୍ର ଜପିବା ଦ୍ୱାରା ସମସ୍ତ ବାଧା ଦୂର ହୋଇଥାଏ ।
– ଭୋଳାନାଥଙ୍କ ଏହି ମନ୍ତ୍ର ଜପିବା ଦ୍ୱାରା କାମ, କ୍ରୋଧ, ଘୃଣା, ମୋହ, ଲୋଭ, ଭୟ, ବିଷାଦ ଆଦି ଦୂର ହୋଇଥାଏ ।
– ମନ୍ତ୍ର ଦ୍ୱାରା ବ୍ୟକ୍ତିଙ୍କ ସାହାସ ଏବଂ ଉତ୍ସାହ ସୃଷ୍ଟି ହୋଇଥାଏ ।
– ମୋକ୍ଷ ପ୍ରାପ୍ତି ପାଇଁ ଏହି ମନ୍ତ୍ର ଜପା ଯାଇଥାଏ ।