ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଚାନ୍ଦିରେ ଚନ୍ଦ୍ରମା ସହିତ ଶୁକ୍ରର ମଧ୍ୟ ମହତ୍ୱ ରହିଛି ବୋଲି ଜ୍ୟୋତିଷ ଶାସ୍ତ୍ରରେ ଲିପିବଦ୍ଧ ଅଛି । ଯେଉଁ ବ୍ୟକ୍ତିମାନେ ସାମାନ୍ୟ କଥାରେ ଚିଡିଥାନ୍ତି, ସେମାନଙ୍କୁ ଚାନ୍ଦିର ମୁଦି ପିନ୍ଧିବା ପାଇଁ ଜ୍ୟୋତିଷମାନେ ପରାମର୍ଶ ଦେଇଥାନ୍ତି । ଯଦି ଆପଣ ଚାନ୍ଦି ସହ ସୁନା ପିନ୍ଧିବାକୁ ଚାହୁଁଛନ୍ତି, ତେବେ ଜ୍ୟୋତିଷଙ୍କ ପରାମର୍ଶ ନେବା ନିହାତି ଜରୁରୀ । କାରଣ ଉଭୟ ପିନ୍ଧିବା ଦ୍ୱାରା ଆପଣ କୌଣସି ବଡ଼ ସମସ୍ୟାରେ ସମ୍ମୁଖୀନ ନହୁଅନ୍ତୁ । ଏହା ବ୍ୟତୀତ ଯେଉଁ ଲୋକମାନେ ଖୁବ ସମ୍ବେଦନଶୀଳ ହୋଇଥାନ୍ତି, ସେମାନେ ଚାନ୍ଦିର କୌଣସି ବି ଜିନିଷକୁ ବ୍ୟବହାର ନକରିବା ଭଲ । ତେଣୁ ଆଜି ଆମେ ଆପଣଙ୍କୁ ସେହି ରାଶିଗୁଡିକ ସମ୍ବନ୍ଧରେ କହିବୁ, ଯେଉଁମାନେ ଚାନ୍ଦିର ବ୍ୟବହାର କରିବା ଅନୁଚିତ୍ ।
ମେଷ ରାଶି :
ଯଦି ମେଷ ରାଶିର ଲୋକମାନେ ଚାହାଁନ୍ତି କି ତାଙ୍କ ଜୀବନରେ ସୁଖ ଓ ଶାନ୍ତି ସବୁବେଳେ ରହୁ, ତେବେ ଚାନ୍ଦିର ବ୍ୟବହାର ନକରିବା ସେମାନଙ୍କ ପାଇଁ ସବୁଠାରୁ ଭଲ । କାରଣ ମେଷ ରାଶିର ଲୋକଙ୍କ ପାଇଁ ଚାନ୍ଦି ଅଶୁଭ ବୋଲି କୁହାଯାଏ । ଏହା ବ୍ୟତୀତ ଯଦି ମେଷ ରାଶିର ଲୋକମାନେ ଚାନ୍ଦିର ମୁଦି ପିନ୍ଧିବାକୁ ଚାହୁଁଛନ୍ତି, ତେବେ ଜ୍ୟୋତିଷଙ୍କ ପରାମର୍ଶ ନେବା ଜରୁରୀ ।
ସିଂହ ରାଶି :
ସିଂହ ରାଶିର ବ୍ୟକ୍ତିମାନେ ଚାନ୍ଦିର ବ୍ୟବହାର କରିଲେ ଖୁବ କ୍ଷତି ସହିବାକୁ ପଡିଥାଏ । ଏହି ରାଶିର ବ୍ୟକ୍ତିମାନେ ଚାନ୍ଦିର ଉପଯୋଗ କରନ୍ତି, ତେବେ ଦିନକୁ ଦିନ ତାଙ୍କର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଥାଏ । ଏଥିପାଇଁ ଏହି ରାଶିର ଲୋକେ କେବେ ବି ଚାନ୍ଦିର ବ୍ୟବହାର ନକରିବା ଫଳପ୍ରଦ ।
ଧନୁ ରାଶି :
ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଚାନ୍ଦି ଅଶୁଭ । ଯଦି ଏହି ରାଶିର ବ୍ୟକ୍ତି ଭୁଲରେ ବି ଚାନ୍ଦିର ମୁଦି ପିନ୍ଧି ଦେଇଥାନ୍ତିି, ତେବେ ତାଙ୍କ ସହିତ ବହୁତ ବଡ଼ ଦୁର୍ଘଟଣା ହେବାର ଆଶଙ୍କା ଥାଏ । ଯାହା ଫଳରେ ତାଙ୍କୁ ଆଗକୁ ଖୁବ କଷ୍ଟ ସହ୍ୟ କରିବାକୁ ପଡିଥାଏ ।